ଗରଦପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ପ୍ରସିଦ୍ଧ କାଳୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ନୂଆପଡା ଠାରେ ଦୀର୍ଘ ବର୍ଷ ହେଲା ପାରମ୍ପାରିକ ଭାବରେ କାଳୀ ପୂଜା ଅନୁଷ୍ଠିତ ହୋଇଆସୁଛି । କାଳୀପୂଜା ପାଇଁ ମୂର୍ତୀ ନିର୍ମାଣ କରାଯିବାକୁ ମାଟି ଉଠାଯାଇ ମୂର୍ତୀ ନିର୍ମାଣ କାର୍ଯ୍ୟ କରାଯାଉଛି । ଆସନ୍ତା ୨୮ ତାରିଖ ଠାରୁ କାଳୀ ପୂଜା ଆରମ୍ଭ କରାଯିବ ଓ ଏହି ପୂଜା ଉତ୍ସବ ୭ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କାଳୀ ପୂଜା କମିଟି ସଭାପତି ହେମନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର