କଳାହାଣ୍ଡି,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମ ପଂଚାୟତର ରାଣୀବାହାଲ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ଗୋନ୍ତିଆ ପଡା ରାସ୍ତା କଂକ୍ରିଟ୍ କରିବା ପାଇଁ ବସ୍ତି ବାସିନ୍ଦା ବର୍ଷ ବର୍ଷ ଧରି ସରକାରଙ୍କ ପାଖରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା, ଏହି ବସ୍ତି ବାସିନ୍ଦା ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିଲେ । ବର୍ତ୍ତମାନ ସରକାର ଗ୍ରାମ ବାସୀଙ୍କ ଦାବି ଅନୁସାରେ ମୁଖ୍ୟ ପିଚୁ ରାସ୍ତା ଠାରୁ ଗୋନ୍ତିଆ ପଡା ରାସ୍ତା କଂକ୍ରିଟ୍ କରିବା ପାଇଁ କେନ୍ଦ୍ର ଚତୁର୍ଦ୍ଦିଶ ଅର୍ଥ ପାଣ୍ଠି ରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରିଥିବାରୁ ରାଣୀବାହାଲ ଗ୍ରାମର ବସ୍ତି ବାସିନ୍ଦା ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି , ଗୋନ୍ତିଆ ପଡା ବାସୀ ଙ୍କ କହିବା କଥା ଆମେ ବସ୍ତି ବାସିନ୍ଦା ଆଜି ଠାରୁ କାଦୁଅ ରାସ୍ତା ରୁ ମୁକ୍ତି ପାଇଛୁ ବୋଲି ଭୁରିଭୁରି ପ୍ରସଂଶା କହିବା ସହିତ ଦୀର୍ଘ ଦିନର ଦାବୀ ଶୁଣିଥିବାରୁ ସରକାରଙ୍କୁ ବସ୍ତି ବାସିନ୍ଦା ଧନ୍ୟବାଦ ଜଣାଇଛନ୍ତି ।ଓଡ଼ିଶା ସମାଚାର
