Saturday , October 16 2021
Breaking News
Home / ବିଶେଷ / ଜଳ ସଂପଦ ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟର ସମୀକ୍ଷା

ଜଳ ସଂପଦ ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ଜଳ ସଂପଦ ବିଭାଗ ଅଧିନରେ ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୮- ୧୯ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ଅଟଳଳ କରାଯାଇଥିଲା । ସେହିସବୁ ପ୍ରକଳ୍ପ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରି ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବା ଉପରେ ଆଜି ସ୍ଥାନୀୟ ରାଜୀବ ଭବନଠାରେ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀଶ୍ରୀ ରଘୁନନ୍ଦନ ଦାସ ଯନ୍ତ୍ରୀମାନଙ୍କୁ ନିର୍ଦ୍ଧେଶ ଦେବା ସହ ପ୍ରକଳ୍ପଗୁଡିକ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଜଳମଗ୍ନ ହୋଇ ରହୁଥିବା ଖାଲୁଆ ଚାଷ ଜମି ଅଂଚଳରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ନିମନ୍ତେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି କରି ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସେ ବାବଦରେ କରାଯାଉଥିବା ଖର୍ଚ୍ଚ ବିବରଣୀ ୧୫ ଦିନରେ ଥରେ ବିଭାଗକୁ ପ୍ରଦାନ କରିବାକୁ ବୈଠକରେ ଜଳ ସେଚନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ନିର୍ଦ୍ଧେଶ ଦେଇଛନ୍ତି । ବୈଠକରେ ବୃହତ୍, ମଧ୍ୟମ, କ୍ଷୁଦ୍ର ଏବଂ ଉଠାଜଳସେଚନ ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ସଂପୃକ୍ତ ମୁଖ୍ୟ ଯନ୍ତ୍ରୀମାନେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତାରେ ହୋଇଥିବା ଖର୍ଚ୍ଚ ସଂପର୍କରେ ତଥ୍ୟ ରଖିଥିଲେ । ରାଜ୍ୟ ସରକାର ଜଳସେଚନ କ୍ଷେତ୍ରର ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ଏବଂ ଏ ବାବଦରେ ଆକଳନ କରାଯାଇଥିବା ଖର୍ଚ୍ଚକୁ ସଠିକ୍ ବିନିଯୋଗ କଲେ ଚାଷୀଙ୍କ ହିତ ସାଧନ ହୋଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ କୁମାର ପରାମର୍ଶ ଦେଇଛନ୍ତି ା ବୈଠକରେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ, ମହେନ୍ଦ୍ର ତନୟା ଜଳସେଚନ ପ୍ରକଳ୍ପ, ପାର୍ବତୀଗିରି ମେଗା ଉଠାଜଳ ସେଚନ ପ୍ରକଳ୍ପ, ପୋଟେରୁ ଜଳ ସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ, କାନୁପୁର ଜଳ ସେଚନ ପ୍ରକଳ୍ପ, ରେଙ୍ଗାଲୀ ଜଳ ସେଚନ ପ୍ରକଳ୍ପ, ଦେଓ ଜଳ ସେଚନ ଆଦି ବିଭିନ୍ନ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେତେକ ପ୍ରକଳ୍ପଗୁଡିକ କାର୍ଯ୍ୟକାରିତାରେ ଭୂ-ଅଧିଗ୍ରହଣ ସମସ୍ୟାର ସମାଧାନ, ମହେନ୍ଦ୍ର ତନୟା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରିତାରେ ଜନ ଜୀବନ କିପରି ଉପକୃତ ହେଉଛନ୍ତି ସେ ସଂପର୍କରେ ଆକଳନ କରି ଜଳ ଆବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଡିସେମ୍ବର ସୁଦ୍ଧା ଆନୁଷଙ୍ଗିକ କାର୍ଯ୍ୟ ସମାପ୍ତି ପରେ ଲୋୟର ଶୁକତେଲ ଜଳ ସେଚନ ପ୍ରକଳ୍ପ ଆରମ୍ଭ କରାଯିବା ନିମନ୍ତେ ଆଲୋକପାତ କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ପ୍ରଦୀପ କୁମାର ଦାଶ, ସର୍ବୋଚ୍ଚ ଯନ୍ତ୍ରୀ ଏ.କେ ବାନାର୍ଜୀ, ଲମ୍ବୋଦର ପ୍ରଧାନ, ଆର୍.ଏନ୍,ପ୍ରଧାନଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *