ଜଗତସିଂହପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ଜଗତସିଂହପୁର ବିଜେଡି ପକ୍ଷରୁ ସ୍ଥାନୀୟ ନିମାଇଁ ଭବନ(ଟାଉନ ହଲ ଠାରେ) ବୁଧବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ମଧୁସୂଦନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ । ଏହି ଶିବିରରେ ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ପୂର୍ବତନ ଜିଲାପରିଷଦ ସଭାପତି ଦେବୀଦତ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦିକା କନକପ୍ରଭା ଲେଙ୍କା, ଜିଲାପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି, କିରଣବାଳା ସାସମଲ, ବରିଷ୍ଠ ଆଇନଜୀବୀ ଗୋରାଚାନ୍ଦ କାନୁନଗୋ, ଜିଲା ବିଜେଡି ଉପସଭାପତି ଦିପ୍ତୀ ଦାସ, ନଗର ସଭାପତି ଦୋଳଗାବିନ୍ଦ ଦାଶ, ବ୍ଲକ ବିଜେଡି ସଭାପତି ମନୋଜ ଭୋଇ ଓ ପ୍ରକାଶ ଚନ୍ଦ୍ର ବସ୍ତିଆ ପ୍ରମୁଖ ବକ୍ତବ୍ୟ ଦେଇ ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଶିବିରରେ ମୋଟ ୧୭୫ୟୁନିଟ ରକ୍ତ ସଂଗୃହିତ ହୋଇଛି । ଶିବିରକୁ ଜିଲା ଛାତ୍ର ବିଜେଡି ସଭାପତି ସମ୍ବିତ କୁମାର ଲେଙ୍କା, ବିବେକାନନ୍ଦ ବେହେରା, ପ୍ରିୟବ୍ରତ ମହାପାତ୍ର, ଆଇନଜୀବୀ ପ୍ରସନ୍ନ ମହାନ୍ତି, ସରୋଜ କୁମାର ବିଶ୍ୱାଳ, ନରେଶ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
