Wednesday , December 8 2021
Home / ବିଶେଷ / ଗୋଚର ଜିମରୁ ଜବର ଦଖଲ ଉଛେଦ ପାଇଁ ପକ୍ରିୟା

ଗୋଚର ଜିମରୁ ଜବର ଦଖଲ ଉଛେଦ ପାଇଁ ପକ୍ରିୟା

ଗରଦପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଗୋଚର ଜମିରେ ଦିର୍ଘ ବର୍ଷରୁ ଜବର ଦଖଲ କରି ରହିଥିବା ତିନିଗୋଟି କେଳା ସମ୍ପ୍ରଦାୟର ପରିବାରଙ୍କୁ ଉଛେଦ କରାଯିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଏହି ଉଛେଦ ପାଇଁ ଆଜି ତହସିଲ ପକ୍ଷରୁ ସର୍ବସାଧାରଣରେ ନୋଟିସ୍ ପ୍ରକାଶ କରାଯାଇଛି । ପ୍ରକାଶ ଯେ,ଗରଦପୁର ତହସିଲ ଅର୍ନ୍ତଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ବ୍ୟାଙ୍କ ନିକଟସ୍ଥ ଏକ ଗୋଚର ଜମିରେ ଦୀର୍ଘ ବର୍ଷ ହେଲା କେଳା ସମ୍ପ୍ରଦାୟର ୩ ଗୋଟି ପରିବାର ଜବରଦଖଲ କରି ରହି ଆସୁଛନ୍ତି । ସମ୍ପୃକ୍ତ ପରିବାରମାନଙ୍କ ପକ୍ଷରୁ ଏହି ସ୍ଥାନରେ ଘୁଷୁରି ରଖାଯାଇଥିବାରୁ କେତେକ ସମୟରେ ଘୁଷୁରି ଦ୍ୱାରା କ୍ଷୟକ୍ଷତି ଘଟୁଥିବା ଓ ପରିବେଶ ନଷ୍ଟ ହୋଇଥିବାକୁ ନେଇ ଗ୍ରାମର ଇଶ୍ୱର ଚନ୍ଦ୍ର ବେହେରା, ହେମନ୍ତ କୁମାର ସେଠୀ, ବୀର କିଶୋର ବେହେରା, ଦୂର୍ଯେ୍ୟାଧନ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ କେତେକ ଲୋକମାନେ ଏହାକୁ ପ୍ରତିବାଦ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଗତ ୨୦୧୩ ମସିହାରେ ଏକ ମାମଲା ଦାୟର କରିଥିଲେ । ପରବର୍ତୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାର ରାୟ ପ୍ରକାଶ କରିବା ସହିତ କେନ୍ଦ୍ରାପଡା ଜିଲାପାଳଙ୍କୁ ଗୋଚର ଜମିକୁ ଉଦ୍ଧାର କରାଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ଗ୍ରାମର ଏହି ଗୋଚର ଜମିର ୩୨୯ ଖାତା ନମ୍ବରରେ ଥିବା ୫୩୫ନମ୍ବର ପ୍ଲଟ୍ରୁ ଉଠିବା ପାଇଁ ଜବରଦଖଲ କରି ରହିଥିବା ବାସନ୍ତୀ ଦାସ, କ୍ଷୀର ଦାସ ଓ ବାବୁଲି ଦାସଙ୍କୁ ଆଜି ଗରଦପୁର ତହସିଲଦାରଙ୍କ ପକ୍ଷରୁ ନୋଟିସ୍ କରାଯାଇଛି । ଜବରଦଖଲକାରୀମାନେ ତହସିଲ ନୋଟିସ୍ କୁ ଗ୍ରହଣ କରି ନ ଥିବାରୁ ପ୍ରଶାସନଙ୍କ ପକ୍ଷରୁ ସର୍ବସାଧାରଣରେ ନୋଟିସ୍ ଜାରି କରାଯାଇଛି । ଆସନ୍ତା୨୧ ତାରିଖ ଦିନ ଗରଦପୁର ତହସିଲ ପ୍ରଶାସନଙ୍କ ପକ୍ଷରୁ ଏହି ଗୋଚର ଜମିରୁ ଜବରଦଖଲ ଉଛେଦ କରାଯିବା ପାଇଁ ସମ୍ପୃକ୍ତ ନୋଟିସ୍ରେ ଦର୍ଶାଯାଇଛି । ଓଡ଼ିଶା ସମାଚାର
ନୂଆପଡା ଠାରେ କାଳିପୂଜା ପାଇଁ ପ୍ରସ୍ତୁତି
ଗରଦପୁର,୧୭/୧୦/୨୦୧୯(ଇମିସ)- ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ପ୍ରସିଦ୍ଧ କାଳୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ନୂଆପଡା ଠାରେ ଦୀର୍ଘ ବର୍ଷ ହେଲା ପାରମ୍ପାରିକ ଭାବରେ କାଳୀ ପୂଜା ଅନୁଷ୍ଠିତ ହୋଇଆସୁଛି । କାଳୀପୂଜା ପାଇଁ ମୂର୍ତୀ ନିର୍ମାଣ କରାଯିବାକୁ ମାଟି ଉଠାଯାଇ ମୂର୍ତୀ ନିର୍ମାଣ କାର୍ଯ୍ୟ କରାଯାଉଛି । ଆସନ୍ତା ୨୮ ତାରିଖ ଠାରୁ କାଳୀ ପୂଜା ଆରମ୍ଭ କରାଯିବ ଓ ଏହି ପୂଜା ଉତ୍ସବ ୭ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କାଳୀ ପୂଜା କମିଟି ସଭାପତି ହେମନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

ବିଷ୍ଣୁଙ୍କ ଦବଦବା କାମ କରୁନି ରଘୁନାଥପୁର ଅଂଚଳରେ
ତାରପୁର, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ତିର୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍ ଅଂଚଳରେ ବିଧାୟକ ବିଷ୍ଣୁ ଦାସଙ୍କ ଦବଦବା କାମ କରୁନଥିବା ଚର୍ଚ୍ଚା ଜୋର ଧରିଛି । ଫଳରେ ତାଙ୍କ କର୍ମୀମାନେ ନିଜକୁ ଅସହାୟ ମନେକରୁଛନ୍ତି । ସୂଚନାଯୋଗ୍ୟ କି ପୂର୍ବରୁ ବିଧାୟିକା ଥିବା ଡ଼ଃ ରାଜଶ୍ରୀ ମଲିକ ଙ୍କର କର୍ମୀମାନେ ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ ସକ୍ରୀୟ ରହୁଥିବାବେଳେ ଏହି ବ୍ଲକ୍ ର ବିଷ୍ଣୁ ଗୋଷ୍ଠି ଓ ରାଜଶ୍ରୀ ଗୋଷ୍ଠିଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେଉଥିଲା । କିନ୍ତୁ ଏଠାରେ ବିଷ୍ଣୁ ଦାସ ବିଧାୟକ ଭାବେ ୪୦ ହଜାରରୁ ଅଧିକ ଭୋଟ ରେ ଜିତି ଆସିଥିବାବେଳେ ନିର୍ବାଚନ ଯିବାର ୫ ମାସ ପରେ ମଧ୍ୟ ଅଂଚଳରେ କୌଣସି ଦଳିୟ କାର୍ଯ୍ୟକ୍ରମ ହେଉନଥିବା ପରିଲକ୍ଷିତ ହେଉଥିବାବେଳେ କିଛି କାର୍ଯ୍ୟକ୍ରମକୁ ସାଂସଦଙ୍କ ଗୋଷ୍ଠି ଆଗେଇ ନେଉଥିବା ଆଲୋଚନା ହେଉଛି । ସାଂସଦଙ୍କ ସମର୍ଥକ ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତାଙ୍କ କର୍ମୀ ମାନଙ୍କ ସହିତ ଦଳିୟ ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ଜନ ସମ୍ପର୍କ ପଦଯାତ୍ରା ପର୍ଯ୍ୟନ୍ତ ସବୁଥିରେ ଆଗରେ ଅଛନ୍ତି । ଅପର ପକ୍ଷରେ ଦୀର୍ଘ ୧୪ ମାସ ପରେ ଅନୁଷ୍ଠିତ ହେଉଥିବା ପଂଚାୟତ ସମିତି ବୈଠକରେ ବିଷ୍ଣୁ ଦାସଙ୍କ ସମର୍ଥôତ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ଓ ପଂଚାୟତ ପ୍ରତିନିଧିମାନେ ନିଜର ଅକ୍ଷମତା ପ୍ରକାଶ କରିବାରୁ ବିଷ୍ଣୁ ଦାସ ନିଯେ ବୈଠକ ବାତିଲ କରିବାକୁ କହି ନିଜ ସ୍ଥାନରୁ ଉଠି ଚାଲିଯାଇଥିଲେ । ସେହିପରି ଉଭୟ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବାରୁ ବ୍ଲକ୍ ରେ ପଡ଼ି ରହିଥିବା ବାତ୍ୟା ଫନିର ୨ କୋଟି ୩୦ ଲକ୍ଷ ଅନୁଦାନ ଟଙ୍କା କୌଣସି କାମରେ ଲାଗିପାରୁନାହିଁ । ଏଥିସହିତ ବ୍ଲକ୍ ଅଂଚଳରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନପାରି ରଘୁନାଥପୁର ବ୍ଲକ୍ ଏକ ପ୍ରକାର ଠପ ହୋଇ ପଡ଼ି ରହିଛି । କେବେ ଏ ସବୁ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ଉଭୟ ଗୋଷ୍ଠି ଅନାଇ ବସିଛନ୍ତି । ଓଡ଼ିଶା ସମାଚାର

ଛପଡ଼ା ପଂଚାୟତରେ ଭତା ବଂଟନ ମେଳା
ତାରପୁର, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କାର୍ଯ୍ୟାଳୟରେ ଆଜି ଭତା ବଂଟନ ମେଳା ଅନୁଷ୍ଠିତ ହୋଇଯାଇଛି । ସରପଂଚ ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ୧୫ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବାୁ ପେନସନ୍ ଯୋଜନା, କେନ୍ଦ୍ର ସରକାରଙ୍କ ଯୋଜନାରେ ୩ ମାସର ୧୫ଶହ ଟଙ୍କା ଲେଖା ଭତା ବଂଟନ କରାଯାଇଥିଲା । ପଂଚାୟତ ନିର୍ବାହୀ ଅଧିକାରୀ ରାଜିବ ବୋଲରଚନ ପୃଷ୍ଟି , ମାନସ କୁମାର ଦାସ, ଅନ୍ତର୍ଯ୍ୟାମୀ ସାମଲ, ଦିଲିପ କୁମାର ସ୍ୱାଇଁ, ଟୁବୁଲା ସ୍ୱାଇଁ, ସନ୍ତୋଷ ସାହୁଙ୍କ ସମେତ ୱାର୍ଡ଼ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିବାବେଳେଏଠାରେ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିବାବେଳେ ପ୍ଲାଷ୍ଟିକ ଓ ପଲିଥିନ ଭଳି ବର୍ଯ୍ୟବସ୍ତୁକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *