Sunday , October 1 2023
Home / ବିଶେଷ / ଗୋଚର ଜିମରୁ ଜବର ଦଖଲ ଉଛେଦ ପାଇଁ ପକ୍ରିୟା 

ଗୋଚର ଜିମରୁ ଜବର ଦଖଲ ଉଛେଦ ପାଇଁ ପକ୍ରିୟା 

ଗରଦପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଗୋଚର ଜମିରେ ଦିର୍ଘ ବର୍ଷରୁ ଜବର ଦଖଲ କରି ରହିଥିବା ତିନିଗୋଟି କେଳା ସମ୍ପ୍ରଦାୟର ପରିବାରଙ୍କୁ ଉଛେଦ କରାଯିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଏହି ଉଛେଦ ପାଇଁ ଆଜି ତହସିଲ ପକ୍ଷରୁ ସର୍ବସାଧାରଣରେ ନୋଟିସ୍ ପ୍ରକାଶ କରାଯାଇଛି । ପ୍ରକାଶ ଯେ,ଗରଦପୁର ତହସିଲ ଅର୍ନ୍ତଗତ ପଦ୍ମପୁର ପଂଚାୟତର  ନୂଆପଡା ଗ୍ରାମର ବ୍ୟାଙ୍କ ନିକଟସ୍ଥ ଏକ ଗୋଚର ଜମିରେ ଦୀର୍ଘ ବର୍ଷ ହେଲା କେଳା ସମ୍ପ୍ରଦାୟର ୩ ଗୋଟି ପରିବାର ଜବରଦଖଲ କରି ରହି ଆସୁଛନ୍ତି ।  ସମ୍ପୃକ୍ତ ପରିବାରମାନଙ୍କ ପକ୍ଷରୁ ଏହି ସ୍ଥାନରେ ଘୁଷୁରି ରଖାଯାଇଥିବାରୁ କେତେକ ସମୟରେ ଘୁଷୁରି ଦ୍ୱାରା କ୍ଷୟକ୍ଷତି ଘଟୁଥିବା ଓ ପରିବେଶ ନଷ୍ଟ ହୋଇଥିବାକୁ ନେଇ ଗ୍ରାମର ଇଶ୍ୱର ଚନ୍ଦ୍ର ବେହେରା, ହେମନ୍ତ କୁମାର ସେଠୀ, ବୀର କିଶୋର ବେହେରା, ଦୂର୍ଯେ୍ୟାଧନ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ କେତେକ  ଲୋକମାନେ ଏହାକୁ ପ୍ରତିବାଦ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଗତ ୨୦୧୩ ମସିହାରେ ଏକ ମାମଲା ଦାୟର କରିଥିଲେ ।  ପରବର୍ତୀ  ସମୟରେ  ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାର ରାୟ ପ୍ରକାଶ କରିବା ସହିତ କେନ୍ଦ୍ରାପଡା ଜିଲାପାଳଙ୍କୁ ଗୋଚର ଜମିକୁ ଉଦ୍ଧାର କରାଯିବା ପାଇଁ ନିର୍ଦ୍ଧେଶ  ଦିଆଯାଇଥିଲା  ।  ଗ୍ରାମର ଏହି ଗୋଚର ଜମିର ୩୨୯ ଖାତା ନମ୍ବରରେ ଥିବା ୫୩୫ନମ୍ବର ପ୍ଲଟ୍ରୁ ଉଠିବା ପାଇଁ ଜବରଦଖଲ କରି ରହିଥିବା ବାସନ୍ତୀ ଦାସ, କ୍ଷୀର ଦାସ ଓ ବାବୁଲି ଦାସଙ୍କୁ ଆଜି ଗରଦପୁର ତହସିଲଦାରଙ୍କ ପକ୍ଷରୁ ନୋଟିସ୍ କରାଯାଇଛି । ଜବରଦଖଲକାରୀମାନେ ତହସିଲ ନୋଟିସ୍ କୁ ଗ୍ରହଣ କରି ନ ଥିବାରୁ ପ୍ରଶାସନଙ୍କ  ପକ୍ଷରୁ ସର୍ବସାଧାରଣରେ ନୋଟିସ୍ ଜାରି କରାଯାଇଛି ।  ଆସନ୍ତା୨୧ ତାରିଖ ଦିନ ଗରଦପୁର ତହସିଲ ପ୍ରଶାସନଙ୍କ ପକ୍ଷରୁ ଏହି ଗୋଚର ଜମିରୁ ଜବରଦଖଲ ଉଛେଦ କରାଯିବା ପାଇଁ ସମ୍ପୃକ୍ତ ନୋଟିସ୍ରେ ଦର୍ଶାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *