Monday , October 18 2021
Breaking News
Home / ବିଶେଷ / କଲେଜିୟମ ଉଚ୍ଛେଦ ଦାବି ନେଇ ୨୧ଯାଏ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆନ୍ଦୋଳନ ଚାଲିବ

କଲେଜିୟମ ଉଚ୍ଛେଦ ଦାବି ନେଇ ୨୧ଯାଏ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆନ୍ଦୋଳନ ଚାଲିବ

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କଲେଜିୟମ ଉଚ୍ଛେଦ ଦାବି ନେଇ ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆସନ୍ତା ୨୧ତାରିଖ ଯାଏ ଚାଲିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।  ଆସୋସିଏସନର ସାଧାରଣ ଅଧିବେଶନ ବୈଠକରେ ଏହି ନିଷ୍ପତିି ହୋଇଛି । ସେପେଟ ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣାଙ୍ଗ ଖଣ୍ଡପୀଠର ନୋଟିସ ସତ୍ୱେ ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବି ନେଇ ଆନ୍ଦୋଳନ ଜାରି ରହିଛି । ପ୍ରକାଶ ଥାଉକି  ଓଡ଼ିଶା ହାଇକୋର୍ଟଙ୍କ ୧୪ଜଣିଆ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଓକିଲଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଆବେଦନ ଉପରେ ବିଚାର କରି ଓକିଲ ସଂଘଙ୍କୁ ନୋଟିସ କରିଥିଲେ ଓ ଆସନ୍ତା ୨୧ ସୁଦ୍ଧା ଜବାବ ଦେବାକୁ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *