Sunday , October 2 2022
Breaking News
Home / ବିଶେଷ / ସଚିବ ଙ୍କ ରଘୁନାଥପୁର ଅଂଚଳ ପରିଦର୍ଶନ 

ସଚିବ ଙ୍କ ରଘୁନାଥପୁର ଅଂଚଳ ପରିଦର୍ଶନ 

ରଘୁନାଥପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ନୋଡ଼ାଲ ଅଫିସର ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଢଖ ସଚିବ ପ୍ରଦୀପ କୁମାର ଜେନା ଆଜି ରଘୁନାଥପୁର ବ୍ଲକ୍ ଅଂଚଳ ପରିଦର୍ଶନରେ ଆସି  ଶିକ୍ଷକ ମାନଙ୍କୁ କେବଳ ସରକାରୀ କର୍ମଚାରୀ ନଭାବି  ଦେଶର ଭବିଷ୍ୟତ ପିଢ଼ିଙ୍କୁ ଗଢ଼ିବାରେ ଯତ୍ନବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପୂର୍ବାହ୍ନ ରେ ପ୍ରମୁଖ ସଚିବ ଶ୍ରୀ ଜେନା ବର୍ତିସ୍ଥିତ  ହରିକୃଷ୍ଣ ବିଦ୍ୟାପିଠକୁ ଯାଇ ପିଲାମାନଙ୍କୁ ଗଣିତ ପାଠ ପଢ଼ାଇବା ସମୟରେ ମାତ୍ର ୨ ଜଣ ପିଲା ଠିକ୍ ଉତର ରଖିଥିବାବେଳେ ଅଧିକାଂଶ ପିଲା ପଣିକିଆ ଯାଣିନଥିବାରୁ ଉଦବେଗ ପ୍ରକାଶ କରିଥିଲେ ।  ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରୀତା ରାଉତଙ୍କୁ ସତର୍କ କରିବା ସହ ଣିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ ନିର୍ଦ୍ଧେଶ ଦେଇଥିଲେ ।  ପୂର୍ବବର୍ଷର ମାଟ୍ରିକ୍ ଫଳାଫଳ ବିଷୟରେ ଜାଣି ଚଳିତ ବର୍ଷ ଯେପରି  ପିଲାମାନେ ଏ-୧ ରେଜଲ୍ଟ ହେବ ସେଥିପାଇଁ ଦୃଷ୍ଟି ଦେବା ପାଇଁ ସୂଚାଇ ଦେଇଥିଲେ । ସକାଳ ୯ ଟାରେ ଜଇପୁରସ୍ଥିତ ବୟନ ଗ୍ରାମକୁ ଯାଇ ପାର୍ବତୀ ହସ୍ତତନ୍ତ ସମବାୟ ସମିତିରେ କାର୍ଯ୍ୟରତ ବୁଣାକାର ମହିଳାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବଜାରରେ ହ୍ୟାଣ୍ଡଲୁମ ଜିନିଷର ଚାହିଦା ଥିବାବେଳେ  ଉନ୍ନତ ଜ୍ଞାନ କୌଶଳରେ  ବିଭିନ୍ନ ସାମଗ୍ରୀ ବୁଣି ଅଧିକ ରୋଜଗାରକ୍ଷମ ହୋଇ ପାରିବ ବୋଲି ପରାମର୍ଶ ଦେବା ସହ  ନିଜର ଦକ୍ଷତା ବଢ଼ାଇବା ପାଇଁ ମହିଳା ମାନଙ୍କୁ ଏକ୍ସପ୍ଲୋର ଭିଜିଟ କରାଇବା ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଥିଲେ ।  ତାରପୁର ପଂଚାୟତ ଗୋକଳପୁରସ୍ଥିତ  ଷ୍ଟେଟ ଆଇଟୀସି ପରିସରରେ  ଉପାସନା ଟ୍ରଷ୍ଟ ପକ୍ଷରୁ  ବିଡ଼ିୟୁଜିକେୱାଇ ମାଧ୍ୟମରେ ଦିଆଯାଉଥିବା ତାଲିମ ସମ୍ପର୍କରେ  ଅନୁଧ୍ୟାନ କରିଥିଲେ ।  ସେଠାରେ ତାଲିମ ନେଉଥିବା ଛାତ୍ରୀଙ୍କ ଟେଲରିଂ ଶିକ୍ଷା ନିରିକ୍ଷଣ କରିବା ସହ  ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।  ତେବେ ରାଜ୍ୟ ବାହାରେ ଥିବା କମ୍ପାନୀ ଗୁଡ଼ିକରେ ଚାକିରି ମିଳୁଥିବାରୁ ହିନ୍ଦି ଓ ଇଂରାଜୀ ଭାଷା ଶିଖିବା ଆବଶ୍ୟକ ବୋଲି ମତ ରଖିଥିଲେ । ଏହି ପରିଦର୍ଶନ ବେଳେ  ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର,  ପିଡ଼ି ସରୋଜକାନ୍ତ ମହାନ୍ତି, ଡ଼ିଏସଡ଼ବ୍ଲୁ ସ୍ୱର୍ଣ୍ଣମଂଜରୀ ନାୟକ, ଓରମାସ ଡ଼େପୁଟି ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ ଓ ସହକାରୀ ସିଇଓ ପ୍ରଭାତ କୁମାର ଦାସ , ବିଡ଼ିଓ ପଂଚାନନ ପଟାୟତ , ଏବିଡ଼ିଓ ଅଶୋକ ମହାନ୍ତି, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ , ବିପିଏମ କଳ୍ପନା ଦଳାଇ , ମିଶନ ଶକ୍ତି ମୁଖ୍ୟ ସ୍ନେହପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.