Wednesday , December 7 2022
Breaking News
Home / ବିଶେଷ / ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ଦାମନଯୋଡିରେ ଭବ୍ୟ ସମ୍ବର୍ଦ୍ଧନା

ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ଦାମନଯୋଡିରେ ଭବ୍ୟ ସମ୍ବର୍ଦ୍ଧନା

ଦାମନଯୋଡି,୧୬/୧୦/୨୦୧୯(ଓଡ଼ିଶା ସମାଚାର)- ଜାତିର ପିତା ମହାମାନବ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଯୁବ ସଂଗଠନ, ଉକ୍ରଳ ଗ୍ରାମ ସୁରକ୍ଷା ନିଧି, ଓଡ଼ିଶା ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶାନ୍ତି, ସଂହତି, ସଦଭାବନା ଯତ୍ରାକୁ ନାଲକୋ ଦାମନଯୋଡିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ସିଦ୍ଧେଶ୍ୱର ବଣିକ ସଂଘ ଭେଜାପୁଟ, ମା’ କଂଟାବାଉଁଶୁଣି ବଣିକ ସଂଘ ମାଥାଲପୁଟ, ନାଲକୋ ଲେଡିଜ କ୍ଲବ, ନାଲକୋ ପ୍ରଶାସନ ପକ୍ଷରୁ ଭିନ୍ନଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଉକ୍ରଳ ଗ୍ରାମୀଣ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ନାଲକୋ ଲେଡିଜ କ୍ଲବର ସଭାନେତ୍ରୀ ସୁଜାତା ପଟ୍ଟନାୟକ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । କୃଷ୍ଣା ମହାନ୍ତି, କୃଷ୍ଣ ସିଂ, ନାଲକୋର ଇଡି ଇଂ. ରବିଶଙ୍କର ଦାସ, ମହାପ୍ରବନ୍ଧକ (ସଂପ୍ରସାରଣ), ସୁଶିଲ ପାଢ଼ୀ, ମହାପ୍ରବନ୍ଧକ(ଏସପିପି) ରାମଚନ୍ଦ୍ର ତି୍ରପାଠୀ, ଉପମହାପ୍ରବନ୍ଧକ ଅମରେଶ ମିଶ୍ର, ମହାପ୍ରବନ୍ଧକ, ସି.ଏଚ.ପ୍ରମୋଦକୁମାର ପାତ୍ର, ଏଜିଏମ ଶଶାଙ୍କ ଶେଖର ସାହୁ, ବିଛନ୍ଦକୁମାର ଦାଶ, ନାଲକୋ ଲେଡିଜ କ୍ଲବର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସେକ୍ଟର ତିନିସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଯୁବ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଡ.ବିଶ୍ୱଜିତ, ସ୍ୱାଧୀନତା ସଂଗ୍ରାମୀ ନିଶାକାର ଦାସ, ବର୍ଷିଆନ ନେତା କୃଷ୍ଣ ସିଂହ, ସମାଜସେବୀ ଜଳେନ୍ଦ୍ର ତି୍ରପାଠୀ, ଡ.ଅଶୋକ ମହାନ୍ତି, ଅଧିବକ୍ତା ପିତାମ୍ବର ସାହୁ ପ୍ରମୁଖ ନାଲକୋ କମୁ୍ୟନିଟି ସେଂଟରରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.