Thursday , October 6 2022
Breaking News
Home / ବିଶେଷ / ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ

ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ତହସିଲ କାର୍ଯ୍ୟାଳୟ ଅଧିନ ମାଳଶାସନ ରାଜସ୍ୱ ନିରୀକ୍ଷକ ନିଜ କାର୍ଯ୍ୟାଳୟକୁ ଆସୁନଥିବା ଗୁରୁତର ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ମୁତାବକ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ନିଦ୍ଧେଶ ରହିଥିବା ବେଳେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଆଦେଶକୁ ଫୁ କରିଦେଇଛନ୍ତି । ଅଭିଯୋଗ ମୁତାବକ ମାଳଶାସନ ରାଜସ୍ୱ ନିରୀକ୍ଷକ ରତ୍ନାକର ଦେହୁରୀ କାର୍ଯ୍ୟାଳୟକୁ ଆସୁନଥିବାରୁ ଦୀର୍ଘଦିନ ଧରି ଶତାଧିକ ମ୍ୟୁଟେସନ୍ କେଶ୍ ପଡ଼ିରହିଛି । କେତେ ମ୍ୟୁଟେସନ୍ କେଶ୍ କାର୍ଯ୍ୟାଳୟରେ କେତେ ଦିନ ହେଲାଣି ପଡ଼ିରହିଛି ସୂଚନା ଅଧିକାରରେ ମଗାଯିବାରୁ ଘଟଣାର ପଦର୍ଦ୍ଧାଫାଶ ହୋଇଛି । ଜନସେବା ଆଇନ୍ କୁ ରାଜସ୍ୱ ନିରୀକ୍ଷକ ସଂପୂର୍ଣ୍ଣ ଉଲଘ୍ନନ କରିଛନ୍ତି ବୋଲି ସାଲେପୁର ବ୍ଲକ୍ ର ଉପାଧ୍ୟକ୍ଷ ରମେଶ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୋଗର ଅବିକଳ ନକଲ ରାଜସ୍ୱ ମନ୍ତ୍ରୀ , ରାଜସ୍ୱ ସଚିବ, ଜିଲ୍ଲାପାଳ, ତହସିଲଦାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ସାଲେପୁର ଥାନା ଆଇ ଆଇ ସି ଙ୍କୁ ଦେଇଛନ୍ତି । ଏଭଳି ଅଭିଯୋଗ କରାଯିବା ଯୋଗୁ ରାଜସ୍ୱ ନିରୀକ୍ଷକ ଶ୍ରୀ ଦେହୁରୀ ଆଜି ୧୮୦ଜଣ ମ୍ୟୁଟେସନ୍ କେଶ୍ ଧାରୀଙ୍କୁ ନୋଟିସ୍ ନଦେଇ ଟେଲିଫୋନ୍ରେ ଡ଼ାକିଥିବା ଯୋଗୁ ଜନଅସନ୍ତୋଷ ଦେଖାଦେଇଛି । ଘଟଣାର ବିଧିବଦ୍ଧ ତଦନ୍ତ କରାନଗଲେ ଉପାଧ୍ୟକ୍ଷ ଶ୍ରୀ ଜେନା ସାଲେପୁର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏହି ବିଷୟରେ ରାଜସ୍ୱ ନିରୀକ୍ଷକ ରତ୍ନାକର ଦେହୁରୀଙ୍କ ମତାମତ ଜଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.