Monday , September 25 2023
Breaking News
Home / ରାଜନୀତି / ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଜୟନ୍ତୀରେ କେନ୍ଦ୍ରାପପଡା ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦୧ୟୁନିଟ ରକ୍ତ ସଂଗୃହିତ

ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଜୟନ୍ତୀରେ କେନ୍ଦ୍ରାପପଡା ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦୧ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡା, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଜୁ ଜନତାଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଜୟନ୍ତୀ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଛାକୃତ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ପ୍ରାୟ ସାଢେ ୭ଟା ସମୟରେ ମେଡିକାଲ ଛକରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାର୍ଲ୍ୟାର୍ପଣ କରାଯିବା ପରେ ସଦରମହକୁମା ଡାକ୍ତରଖାନା ପରିସରରେ ବିଜୁଜନତାଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱେଛାକୃତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ମିଳିତ ଭାବେ ଉଦଘାଟନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଅବସରରେ ବିଧାୟକ ଶ୍ରୀ ବେହେରା ଏକ କେକ୍ କାଟିବା ପରେ ସେହି କେକକୁ ଉପସ୍ଥିତ ସମସ୍ତ ଦଳୀୟ କର୍ମୀ ଓ ରକ୍ତଦାତାମାନଙ୍କୁ ପ୍ରଦାନ କରାଯାଇଥିଲା । ସାମାଜିକ ପ୍ରତିବଦ୍ଧତା ରକ୍ଷା ନିମନ୍ତେ ବିଜେଡି କର୍ମୀମାନେ ଗୋଟିଏ ଗରୀବ ଲୋକର ଜୀବନ ବଂଚାଇବାକୁ ସ୍ୱେଛାକୃତ ରକ୍ତଦାନ କରି ପ୍ରତିବଦ୍ଧତା ରକ୍ଷା କରିଥିଲେ । ଏହି ରକ୍ତଦାନ ଶିବିରରେ ୨୦୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହା ବ୍ୟତିତ ଜଝାଙ୍ଗସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ୭୪ଟି ବିଭିନ୍ନ କିଷମର ବୃକ୍ଷ ରୋପଣ କରାଯିବା ସହିତ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ୭୪ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସହ ସଂଯୋଜକ ରାଜେଶ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ପ୍ରଦୀପ୍ତ କୁମାର ମହାନ୍ତି, ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସାଧାରଣ ସମ୍ପାଦକ ଡଃ.ଗଦାଧର ମଲ୍ଲିକ, ବିଜେଡି ରାଜ୍ୟ ସମ୍ପାଦକ ଦୁଷ୍ମନ୍ତ ମଲ୍ଲିକ, ଦେବଦାସ ମହାନ୍ତି, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ରଞ୍ଜିତ ସାହୁ, ରଞ୍ଜନ ସାହୁ, ଶକ୍ତିକାନ୍ତ ପାତ୍ର, ମହମ୍ମଦ ନିଆଜ(ମତୁ), ବିକାଶ ଦଳେଇ, ଶରତ ସାମଲ, ସୁଧିର ଦାସ, ସନତ ଜେନା, ସେକ ସଫାତୁଲ୍ଲା, ମୀର ଜଲାଲ, ସେକ ଲିୟାକତ ଅଲ୍ଲୀ(ନସ୍ରୁ), ଶିବ ପ୍ରସାଦ ଭୋଳ, ନଗର ବିଜୁ ଯୁବ ବାହିନୀ ସଂଯୋଜକ ଦିପ୍ତିମୟୀ ସେନାପତି, କେନ୍ଦ୍ରାପଡା ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ଲକ୍ଷ୍ମୀଧର ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଜେନା, ଦୀପକ ମଲ୍ଲିକ, ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଗଗନବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ଗୋକୁଳ ରଞ୍ଜନ ଦାସ, ରମାକାନ୍ତ ସ୍ୱାଇଁ, ଇତିହାସ ଲେଙ୍କା, ନିରଞ୍ଜନ ବଳ, ରମାକାନ୍ତ କାନୁନଗୋ, କୁଞ୍ଜ ବିହାରୀ ପରିଡା, ସୁରେଶ ଚନ୍ଦ୍ର ନାୟକ, ମାନସରଞ୍ଜନ ଧଳ,ଧିରେନ୍ଦ୍ର କୁମାର ଦାସ, ସେକ ଅଜିମୁଦ୍ଧିନ,ବିଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱେଛାକୃତ ଶିବିରଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡା. ମାନସ କୁମାର ଜେନା,ଡା.ବିରେନ୍ଦ୍ର କୁମାର ଦାସ,ଷ୍ଟାଫନର୍ସ ଅଞ୍ଜନାବାଳା ଦାସ,ଅଞ୍ଜଳି ବେହେରା,ରକ୍ତଭଣ୍ଡାର କର୍ମଚାରୀ ଦିପକ ବରାଳ,ଉମାକାନ୍ତ ନାୟକ,ରାକେଶ ମିଶ୍ର,ମନୋଜ କୁମାର ଦାସ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *