ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): ଉକôଳ ଗୈାରବ ମଧୁସୂଦନଙ୍କ ହାତଗଢ଼ା ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଇତି ମଧ୍ୟରେ ୧୦୭ ବର୍ଷ ପୁରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଅପହଂଚ ଥିବା ବେଳେ ମଧୁବାବୁଙ୍କ ଉଦ୍ୟମରେ ରାଇସୁଙ୍ଗୁଡ଼ା ଠାରେ ୧୯୧୨ ମସିହାରେ ଏହି ଡ଼ାକ୍ତରଖାନା ପ୍ରତିଷ୍ଠା ହୋଇଥିଲା । ଏପରିକି ମଧୁବାବୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିଥିଲେ । କଟକ ବଡ଼ ମେଡ଼ିକାଲ ପ୍ରତିଷ୍ଠା ହେବା ବହୁ ପୂର୍ବରୁ ଏହି ଡ଼ାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା । ମାତ୍ର ଏହି ସର୍ବପୁରାତନ ଡ଼ାକ୍ତରଖାନାରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ୬ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡ଼ାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ଅଧିକାଂଶ ସମୟ ନିଜ ଇଚ୍ଛାରେ ଆସନ୍ତି ନିଜ ଇଚ୍ଛାରେ ଛୁଟିରେ ରହନ୍ତି । ଫଳରେ ଗୋୀମାନେ ବାଧ୍ୟହୋଇ ସାଲେପୁର କିମ୍ବା କଟକ ବଡ଼ମେଡ଼ିକାଲ ଯାଇ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସମୟରେ ଗୁରୁତର ରୋଗୀମାନେ ଚିକିତ୍ସାରୁ ବଂଚିତ ହୋଇ କଟକ ଯାଉଥିବା ବେଳେ ବାଟରେ ମୃତ୍ୟୁବରଣ କରୁଥିବା ଅଭିଯୋଗ ,ହେଉଛି । ଏହି ଡ଼ାକ୍ତରଖାନାରେ ଜଣେ ଫାର୍ମାସିଷ୍ଟ , ଦୁଇଜଣ ଷ୍ଟାଫ୍ ନର୍ସ, ଜଣେ ଏଏନ୍ ଏମ୍ ,ଆଟେଣ୍ଡାଂଟ ଓ ସୁଇପର କାର୍ଯ୍ୟକରୁଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ମାହାଙ୍ଗା , ନିଶ୍ଚିନ୍ତକୋଇଲି, ସାଲେପୁର ବ୍ଲକ୍ ର ରାଇସୁଙ୍ଗୁଡ଼ା , ମିର୍ଜାପୁର, ପିକୋଳ ଓଡ଼ାସିଂହ, ସିଢ଼ୋ, ଭୀମଦାସପୁର, ଛାଣିପୁର, ଜୟରାମପୁର,ଫଗୋଳ, ଭଉଁରିଆ ଆଦି ପଂଚାୟତର ୭୦ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଏବେ ଡ଼ାକ୍ତର ଅଧିକାଂଶ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଆସୁନଥିବାରୁ ଆସୁଥିବା ରୋଗୀମାେନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନନୀ ସୁରକ୍ଷା ଯୋଜନାରେ ପ୍ରସ୍ତୁତିମାନେ ଏଠାରେ ଚିକିସôିତ ହେବା ଦିବା ସ୍ୱପ୍ନରେ ପରିଣତ ହୋଇଛି । ଏବେ ସରକାରଙ୍କ ଦ୍ୱାରା ପ୍ରଣିତ ମୋ ସରକାର ଓ ୫ଟି ଯୋଜନା ଏଠାରେ ସଫଳ ରୂପାୟନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରିଣୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏହି ଦୁଇ ଜନକଲ୍ୟାଣକାରୀ ଯୋଜନାକୁ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତରୀକତାର ସହ ମୋ ସରକାର ଏବଂ ୫ଟି ଅଭିଯାନର ସଫଳ ରୂପାୟନ ଚାହାନ୍ତି ତେବେ ଏଠାରେ ଜଣେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ସହ ଭିତିଭୂମିର ବିକାଶଲାଗି ଯଥାଶିଘ୍ର ପଦକ୍ଷେପ ନେବା ପାଇଁ ୫ଟି ସଚ୍ଚିବଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି । ଓଡ଼ିଶା ସମାଚାର