ପାରାଦ୍ୱୀପ ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-ପାରାଦ୍ୱୀପ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ରାନନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡଃ.ବିଭୁତି ରଞ୍ଜନ ତି୍ରପାଠୀଙ୍କ ୫୬ବର୍ଷ ବୟସରେ ମଙ୍ଗଳବାର ରାତ୍ର ୨ଘଟିକା ସମୟରେ ହୃଦଘାତ ଯୋଗୁଁ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ମୃତୁ୍ୟରେ ପାରାଦ୍ୱୀପ କଲେଜ ସମେତ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ତ୍ରିପାଠୀ ଜଣେ ଛାତ୍ର ଓ ବନ୍ଧୁବସôଳ ଉଦାର ବ୍ୟକ୍ତିଥିଲେ । ବୁଧବାର ସକାଳେ ତାଙ୍କ ମୃତୁ୍ୟର ଖବର ପାଇ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟକୁ ବହୁ ସଂଖ୍ୟାରେ କଲେଜ ଛାତ୍ର ଛାତ୍ରୀ, ଅଧ୍ୟାପକ, କର୍ମଚାରୀ, ପ୍ରଶଂସକ ଓ ଜନସାଧାରଣ ସ୍ୱଗର୍ତ ତ୍ରିପାଠୀଙ୍କ ଶେଷ ଦର୍ଶନ ନିମନ୍ତେ ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି, ପାରାଦ୍ୱୀପ ଲେଡିଜ କ୍ଳବ ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏ, ପ୍ରେସମିଡିଆ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ, ଗୋପବନ୍ଧୁ କ୍ରିଡା ସଂସଦ ସମ୍ପାଦକ ରବି ଦାସ, ଆଇନଜୀବୀ ରବିନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ବୁଦ୍ଧିଜୀବୀ ସ୍ୱର୍ଗତ ତି୍ରପାଠୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କର ଅକାଳ ବିୟୋଗ ଶିକ୍ଷାନୁଷ୍ଠାନର ବିରାଟ କ୍ଷତି ଘଟିଲା ବୋଲି ପøରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି । ସ୍ୱଗର୍ତ ତ୍ରିପାଠୀଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଳୀ ଜ୍ଞାପନ ଉଦ୍ଧେଶ୍ୟରେ ପାରାଦ୍ୱୀପ ମହାବିଦ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସମସ୍ତ କ୍ଳାସ ଛୁଟି କରାଯାଇଥିଲା । ତେବେ ଡଃ.ତ୍ରିପାଠୀଙ୍କ ମୃତୁ୍ୟ ଣଯ୍ୟା ନିକଟରେ ତାଙ୍କ ପନ୍ତ୍ରୀ ସଯୁକ୍ତା ଦାଶ, ବଡଭାଇ ରାଧିକା ରଞ୍ଜନ ତି୍ରପାଠୀ, ପୁତୁରା ଓ ପରିବାର ପରିଜନ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ପୁରୀର ସ୍ୱର୍ଗର୍ଦ୍ୱାର ଠାରେ କରାଯାଇଥିବା ପରିବାର ସୁତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର