Tuesday , October 26 2021
Breaking News
Home / ବିଶେଷ / ପିଡି ଡିଆରଡିଏମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ

ପିଡି ଡିଆରଡିଏମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ

ଲୋକଙ୍କ ଆସ୍ଥାଭାଜନ ହେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)-ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ବିଭାଗୀୟ କର୍ମକର୍ତାଙ୍କର ସାଂଗଠନିକ ଦକ୍ଷତା ଓ ନିଷ୍ଠାପର ଦାୟିତ୍ୱ ସମ୍ପାଦନ ଅପରିହାର୍ଯ୍ୟ । ଏଥିପାଇଁ ସ୍ୱଚ୍ଛତା, ପ୍ରଯୁକ୍ତି, ଦଳଗତ ମନୋଭାବ, ସମୟାନୁବର୍ତିତା ଓ ପରିବର୍ତନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ଜେନା ଉପସ୍ଥିତ ଅଧିକାରୀମାନଙ୍କୁ ଏହା କହିଛନ୍ତି । ସଂପ୍ରତି ଜନସାଧାରଣଙ୍କର କଲ୍ୟାଣ ଉଦ୍ଧେଶ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ବିଭାଗର ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯଥା ଗ୍ରାମୀଣ ବାସଗୃହ, ଏମଜିନରେଗା, ପାନୀୟ ଜଳ ଓ ପରିମଳ, ଓଡ଼ିଶା ଜୀବିକା ମିଶନ ଇତ୍ୟାଦିକୁ ପଂଚାୟତ ସ୍ତରରେ ଅଧିକ କ୍ରିୟାଶୀଳ କରାଇ ଜନସାଧାରଣଙ୍କ ନିକଟରେ ଉନ୍ନତ ମୌଳିକ ସେବା ଉପଲବ୍ଧ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜନତାଙ୍କୁ ଉତମ ସେବା ପ୍ରଦାନରେ ଅସଫଳ ହେଲେ ଅଥବା ଦୁର୍ନୀତିରେ ଲିପ୍ତ ରହି ନିଜର କର୍ତବ୍ୟରେ ଅବହେଳା କଲେ ଯେତେବଡ ଅଧିକାରୀ ହେଲେ ବି ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସତର୍କ କରାଇ ଦେଇଛନ୍ତି ।
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ କରିଥିଲେ । ଉତମ ସେବା ପ୍ରଦାନରେ ୫ଟି ଓ ‘ମୋ ସରକାର’ କୁ ସଫଳତାର ସହ କାର୍ଯ୍ୟ ନିର୍ବାହ ଉପରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ । ଅଭିଯୋଗକାରୀଙ୍କ ସମସ୍ୟା ସମାଧାନ କରିବା ସହ ପ୍ରତି ସୋମବାର ଅଭିଯୋଗ ଶୁଣାଣି କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକମାନଙ୍କୁ ପରାମର୍ଶ ଦେଇଥିଲେ ପାନୀୟ ଜଳ ଓ ପରିମଳ ନିର୍ଦ୍ଧେଶକ ରୂପା ମିଶ୍ର । ଅଭିଯୋଗ ଶୁଣାଣିରେ ତପôରତା ଦେଖାଇ ନିଜ କାର୍ଯ୍ୟାଳୟ ମଧ୍ୟରେ ନୁହେଁ ବରଂ ବାହାରକୁ ଆସି ସମସ୍ୟା ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତିରେ ଗ୍ରହଣ କରି ସେଗୁଡିକର ତ୍ୱରିତ ସମାଧାନ କରିବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ଗ୍ରାମୀଣ ବାସଗୃହ, ଏମଜିନରେଗା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଆମ ଗାଁ ଆମ ବିକାଶ ଆଦି ସଂପର୍କରେ ସମୀକ୍ଷା କରାଯାଇଥିଲା । ଦ୍ୱିତୀୟ ଦିବସରେ ଓଡିଶା ଜୀବିକା ମିଶନ, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ରୁର୍ବାନ ଓ ସାଂସଦ ଆଦର୍ଶ ଗ୍ରାମ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ମିଶନ ଓ ଦକ୍ଷତା ବିକାଶ, ପାନୀୟ ଜଳ ଓ ପରିମଳ, ଗ୍ରାମ ପଂଚାୟତ ବିକାଶ ଯୋଜନା, ଅର୍ଥ କମିଶନ ଅନୁଦାନ ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀରେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଧେଶକ ରାଜେଶ ପ୍ରଭାକର ପାଟିଲ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଧେଶକ ପ୍ରତାପ ଚନ୍ଦ୍ର ଦାଶ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମସ୍ତ ଜିଲ୍ଲାର ପିଡି ଡିଆରଡିଏମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *