ରଘୁନାଥପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତରେ ୩୫ ଜଣ ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଛି । ସରପଂଚ ସରୋଜ କୁମାର ଦାଶ ପଂଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ୨ ମାସର ବକେୟା ସହ ମୋଟ ୧୫ ଶହ ଲେଖା ପ୍ରଦାନ କରିଥିବାବେଳେ ପିଇଓ ଅଭିଜିତ ଦାସ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ଭତା ଅପେକ୍ଷାରେ ଥିବା ହିତାଧିକାରୀମାନେ ଭତା ପାଇଁ ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଭତା ପ୍ରଦାନ କରାଯିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ଓଡ଼ିଶା ସମାଚାର