Friday , September 29 2023
Breaking News
Home / ରାଜନୀତି / ତାଜା ରାଜନୈତିକ ଖବର : ବିଜେପି ଦଳରୁ ଦାମଙ୍କ ଇସ୍ତଫା

ତାଜା ରାଜନୈତିକ ଖବର : ବିଜେପି ଦଳରୁ ଦାମଙ୍କ ଇସ୍ତଫା

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ବରିଷ୍ଠ ରାଜନେତା ଦାମୋଦର ରାଉତ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ଦଳର ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ କିଛି ଦିନ ହେଲା ତାଙ୍କୁ କୌଣସି ଦଳିୟ କାର୍ଯ୍ୟକ୍ରମରେ ସାମିଲ କରାନଯାଇ କଣଠେସା କରି ରଖାଯାଇଥିଲା । ସେଥିପାଇଁ ଗତକିଛି ଦିନ ହେଲା ସେ ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ବିଜେପୁର ନିର୍ବାଚନରେ ତାଙ୍କୁ ପ୍ରଚାର କାର୍ଯ୍ୟରେ ସାମିଲ କରାଯାଇନଥିଲା । ଦଳରେ ତାଙ୍କର ଆବଶ୍ୟକତା ନଥିବା ଅନୁଭବ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *