ଗରଦପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଥିବାରୁ ଆଜି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପଲ୍ଲିଶ୍ରୀ ମହିଳା ସମିତି, କୋରୁଆ ଦ୍ୱାରା ପରିଚାଳିତ କନ୍ୟାଶ୍ରମକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆଜି ସକାଳୁ ମାନ୍ୟବର ବିଧାୟିକା କନ୍ୟାଶ୍ରମରେ ପହଂଚି ଅନ୍ତେବାସିନୀମାନଙ୍କୁ ସେଓ, କଦଳୀ, ବିସ୍କୁଟ୍, ଚକୋଲେଟ୍ ଇତ୍ୟାଦି ବାଂଟି ସେମାନଙ୍କର ଭଲ ମନ୍ଦ କଥା ପଚାରି ବୁଝିଥିଲେ । ପ୍ରଥମେ ବିଧାୟିକାଙ୍କ ସହିତ ପୁତ୍ର ସଞ୍ଜୟ ଅଗ୍ରୱାଲ, ସମାଜସେବୀ ନାରାୟଣ ସ୍ୱାଇଁ କନ୍ୟାଶ୍ରମରେ ପହଂଚି ଜଗତରନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ କନ୍ୟାଶ୍ରମର ପିଲାମାନେ ମଧ୍ୟ ବେଦପାଠ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ, ନିରାମୟ, ଦୀର୍ଘ ଜୀବନ କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କନ୍ୟାଶ୍ରମର ପିଲାମାନଙ୍କ ତରଫରୁ ମଞ୍ଜୁଳା ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର କାର୍ଯ୍ୟ ଇତ୍ୟାଦି ଉପରେ ଆଲୋକପାତ କରିବା ସହିତ ଭିନ୍ନଢଙ୍ଗରେ ପାଳନ କରାଯାଉଥିବା ଜନ୍ମଦିବସକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶଥାଉକି ଫଣି ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିବାକୁ ବିଧାୟକ, ମନ୍ତ୍ରୀ ଏବଂ କର୍ମୀମାନଙ୍କୁ ନିବେଦନ କରିବା ସହିତ ଅନାଥାଶ୍ରମରେ ପିଲାମାନଙ୍କ ପାଖକୁ ଯାଇ କିଛି ଭଲ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ନେତାô ଜୟପ୍ରକାଶ ବାରିକ, ଗରଦପୁର ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲ୍ଲିପ ସେଠୀ, ଆଇଟି ସଂଯୋଜକ ଆଲୋକ ମାହାଳି, ପ୍ରଶାନ୍ତ କୁମାର ବର୍ଦ୍ଧନ, ରୋହିତ କୁମାର ମଲ୍ଲିକ, ସରୋଜକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ବ୍ଲକ୍ ମହିଳା ସଭାନେତ୍ରୀ ସୁଜାତା ମିଶ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ମଧୁଶାସନ ସରପଂଚ ଅରୁଣ କୁମାର ନାୟକ, ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ, କଳାବୁଦା ସରପଂଚ ପ୍ରକାଶ ସାହୁ, ସରପଂଚ ଗୌରାଙ୍ଗ ଚରଣ ପରିଡ଼ର,ସରପଂଚ ଆରତି ମଲିକ, ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର ମହାନ୍ତି, ଅଧ୍ୟାପକ ରମାକାନ୍ତ ପାଣି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ମାହାଳି, ବଙ୍ଗାଳପୁର ସମିତି ସଭ୍ୟ ଜ୍ୟୋତିରଂଜନ ନାୟକ, ଯୁବନେତା ବି.କେ. ରାଖାଲ, ଅମୂଲ୍ୟ ଦାସ, ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ସାହୁ, ପୂର୍ବତନ ସରପଂଚ ଅଶୋକ ଜେନା, ଯୁବ ନେତା ସରୋଜ କାନ୍ତ ନାୟକ,ଶଶାଙ୍କ ଶେଖର ପରିଡା ଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସକୁ ପାଳନ କରିଥିଲେ । ଓଡ଼ିଶା ସମାଚାର