ଭୁବନେଶ୍ୱର,୧୫/୧୦/୨୦୧୯ ( ଓଡ଼ିଶା ସମାଚାର)- ନନ୍ଦନକାନନ ରେ ଧଳା ମହାବଳ ବାଘ ସୁଭ୍ରାଂଶୁ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ହଠାତ ସେ ପଡ଼ିଯାଇଥିଲା । ସେହିଦିନ ଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିଲା । ରୋଗରେ ପିଡ଼ିତ ସୁଭ୍ରାଂଶୁ ର ଚିକିତ୍ସା କରୁଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ତେବେ ସେ ଆଜି ୧୦ଟା ୧୫ ରେ ମୃତ୍ୟୁ ବରଣ କରିଥିବା ନେଇ ଖବର ଆମ୍ଭର ହସ୍ତଗତ ହୋଇଛି । ବର୍ତମାନ ନନ୍ଦନକାନନରେ ୧୨ ଟି ଅଣ୍ଡିରା ଓ ୧୩ ଟି ମାଇ ବାଘ ଅଛନ୍ତି । ଓଡ଼ିଶା ସମାଚାର