Monday , January 24 2022
Breaking News
Home / ବିଶେଷ / ଦାମୋଦରପୁର ଓ ଜନାର୍ଦ୍ଧନପୁରରେ ଭଷାଣୀ ଉତ୍ସବ

ଦାମୋଦରପୁର ଓ ଜନାର୍ଦ୍ଧନପୁରରେ ଭଷାଣୀ ଉତ୍ସବ

ନିଶ୍ଚିନ୍ତକୋଇଲି,୧୫/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦିପାଂଚଳର କଳମିଶ୍ରି ଓ ଜନାର୍ଦ୍ଧନପୁର ପଂଚାୟତରେ ଶରଦୀୟ ପୂଜା ଉପଲକ୍ଷେ ବିଭିନ୍ନ ଦେବା ଦେବୀଙ୍କର ଭଷାଣୀ ଉସôବ ସୋମବାର ରାତି୍ରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଂଚାୟତ କଳା ପରିଷଦ ତରଫରୁ ଏହି ଉପଲକ୍ଷେ ଯାତ୍ରା ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିଲା । ସଭାପତି ପ୍ରମୋଦ ନାୟକ, ସଂପାଦକ ବିଶ୍ୱଜିତ୍ ପରିଡ଼ା, କାର୍ଯ୍ୟକର୍ତା ବିଶ୍ୱଭୂଷଣ ନାୟକ, କାଳନ୍ଦୀ ସାହୁ, ରମେଶ ଚନ୍ଦ୍ର ବେହେରା, ପ୍ରକାଶ ମହାନ୍ତି, ତଥା ତ୍ରିନାଥ ବଜାର ପୂଜାକମିଟିର କର୍ମକର୍ତା ଓ ସଦସ୍ୟ ମାନେ ଉସôବରେ ପୂଜା କମିଟିର କର୍ମକର୍ତା ଓ ସଦସ୍ୟମାନେ ଉତ୍ସବ ରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ମନଭରି ଉପଭୋଗ କରିଥିଲେ । ତ୍ରିନାଥ ବଜାର ହରଗୈାରୀ ମେଢ଼କୁ ଶେଷରେ ବିସର୍ଜନ କରାଯାଇଥିଲା । ଏହି ଭଷାଣୀ ଉତ୍ସବ ରେ ପୁରୁଣାପାରି ଗ୍ରାମର ୨ଟି ମେଢ଼ ଓ ଜନାର୍ଦ୍ଧନପୁର ଶନିବଜାରର ମେଢ଼କୁ ଶୋଭାଯାତ୍ରାରେ ନିଆଯାଇ ଶନିଗଡ଼ାରେ ବିଷର୍ଜନ କରାଯାଇଥିଲା । ଏହି ଉପଲକ୍ଷେ ମେଲୋଡ଼ି ଓ ଆତସବାଜି ଓ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *