ସାଲେପୁ.୧୫/୧୦/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକର ଫିଟନେସ୍ ନଥିବା ବେଳେ ଅନଭିଜ୍ଞ ଡ଼୍ରାଇଭର ଗାଡ଼ି ଚଳାଉଥିବାରୁ ଅଧିକାଂଶ ସମୟରେ ସାଲେପୁର ଅଂଚଳରେ ଦୁର୍ଘଟଣାମାନ ଘଟି ଚାଲିଛି । ଏଭଳି ଘଟଣା ବିଷୟରେ ଏକାଧିକ ଥର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିବାରୁ ଫିଟନେସ୍ ନଥିବା ଗାଡ଼ି ସାଲେପୁର ଅଂଚଳରେ ବହୁ ବେ-ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରୀଙ୍କୁ ବିପଦ ସଂକୁଳ ଅବସ୍ଥାରେ ନବା ଆଣିବା କରୁଛି । ଆଜି ଏକ ଟାଟା ମ୍ୟାଜିକ୍ ଗାଡ଼ି ନୟନଯୋରୀକୁ ଓଲଟି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇଛି । ଘଟଣାରୁ ପ୍ରକାଶ ସାଲେପୁର ଶିକ୍ଷାମଣ୍ଡଳ ଅଧିନ ବହୁଗ୍ରାମସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ି ୦୫ ପି ୯୭୭୪ ନମ୍ବର ଥିବା ଟାଟା ମେଜିକ୍ ଗାଡ଼ି ଯାଉଥିବା ବେଳେ ସଉରୀ ପଂଚାୟତର ପଟଣା ଗାଁ ନିକଟରେ ନୟନଯୋରୀକୁ ଓଲଟି ପଡ଼ିଥିଲା । ସେ ଗାଡ଼ିରେ ଥିବା ରାମକୃଷ୍ଣପୁର ପଂଚାୟତ ହୀରାପୁର ଗ୍ରାମର ଓମ୍ ପ୍ରକାଶ ଆଚାର୍ଯ୍ୟ ଙ୍କ ପୁଅ ପ୍ରଣବ ଆଚାର୍ଯ୍ୟ ଗୁରୁତର ହୋଇଥିବା ବେଳେ ବାଲିସମଲା ଗ୍ରାମର ପତ୍ୟାଂଶୁ ଦାଶ ଆହତ ହୋଇଛନ୍ତି । ଉଭୟ ଛାତ୍ର ବହୁଗ୍ରାମର ସରସ୍ୱତୀ ଶଶୁମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି । ଟାଟା ମେଜିକ୍ ଟି ନୟନଯୋରୀକୁ ଓଲଟି ପଡ଼ିବା ଦେଖି ସ୍ଥାନୀୟ ଅଂଚଳର ଲୋକମାନେ ଦୋ÷ଡ଼ିଆସି ଗାଡ଼ିରୁ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଗାଡ଼ିଟିକୁ ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି । ପ୍ରକାଶଥାଉକି ସାଲେପୁର ଅଂଚଳରେ ଥିବା ବହୁ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଟାଟା ମ୍ୟାଜିକ୍ ୍ , ଅଟୋ, ମାରୁତି ଭ୍ୟାନ୍ ର ଫିଟ୍ ନେସ୍ ନଥିବା ବେଳେ ବହୁ ଅନଭିଜ୍ଞ ଡ଼୍ରାଇଭର ଗାଡ଼ି ଚଳାଉଛନ୍ତି । ଏଭଳି ଘଟଣା ପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର