ପାରାଦ୍ୱୀପ ୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଭାରତୀୟ ତୈଳ ନିଗମ ରିଫାଇନେରୀ)ର ନୂତନ ନିର୍ଦ୍ଧେଶକ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବୈଦ୍ୟ ଚେନାଇ ପେଟ୍ରୋଲିୟମ କର୍ପୋରେସନ (ସିପିସିଏଲ୍) ଓ ୬୦ ଏମଏମଟିପିଏ ୱେଷ୍ଟ କୋଷ୍ଟ ରିଫାଇନେରୀ ଆଣ୍ଡ ପେଟ୍ରୋକେମିକାଲସ୍ ପ୍ରୋଜେକ୍ଟର ମଧ୍ୟ ନିର୍ଦ୍ଧେଶକ ଅଛନ୍ତି । ଶ୍ରୀ ବୈଦ୍ୟ ରାଉରକେଲାର ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ଟେକୋଲାଜି ରୁ କେମିକାଲ ଇଂଜିନିୟର ଡିଗ୍ରୀ ହାସଲ କରିଛନ୍ତି ଏବଂ ରିଫାଇନେରୀ ଓ ପେଟ୍ରୋକେମିକାଲ୍ସ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ବର୍ଷର ଅଭିଜ୍ଞତା ଅଛି । ତାଙ୍କର ବଳିଷ୍ଠ କାର୍ଯର୍୍ୟଦକ୍ଷତା ଓ ଅଭିଜ୍ଞତା ପାଇଁ ତୈଳ ନିଗମ ଓ ରିଫାଇନେରୀ ଲାଭାନ୍ୱିତ ହୋଇଛି ବୋଲି ପାରାଦ୍ୱୀପ ରିଫାଇନେରୀ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର