Friday , September 22 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଏନଟିପିସି ମହିଳା କ୍ଲବ ଦ୍ୱାରା ସିଲେଇ ମେସିନ୍ ପ୍ରଦାନ

ଏନଟିପିସି ମହିଳା କ୍ଲବ ଦ୍ୱାରା ସିଲେଇ ମେସିନ୍ ପ୍ରଦାନ

ଭୁବନେଶ୍ୱର,୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀମତୀ ମୋନିକା କିଶୋର ସଭାପତି ବସୁଧା ମହିଳା ମଣ୍ଡଳ, ଏନଟିପିସି ଭୁବନେଶ୍ୱରର ମହିଳା କ୍ଲବ ଦ୍ୱାରା ଭୁବନେଶ୍ୱରର ଆଇଟିଆଇକୁ ୭ଟି ଜେୟୁକେଆଇ ଔଦ୍ୟୋଗିକ ସିଲେଇ ମେସିନ୍ ପ୍ରଦାନ କରାଯାଇଛି  । ଯାହାଦ୍ୱାରା ପ୍ରାୟ ୨୩୨ଜଣ ଛାତ୍ରୀ ଉପକୃତ ହେବେ  । ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଲେ ଶ୍ରୀମତୀ ବାଣୀ ବାବୁ, ସଭାପତି, ତନଭି ସଙ୍ଗମ, ତାଳଚେର ଥର୍ମାଲ, ଶ୍ରୀମତୀ ବେଲା ସତ୍ୟା, ଅଭିଳାଷା କ୍ଲବ, ଦର୍ଲିପାଲି ଏବଂ ଶ୍ରୀମତୀ ଜିତମିତ୍ରା ଶତପଥୀ, ଅଧ୍ୟକ୍ଷ ଆଇଟିଆଇ ଭୁବନେଶ୍ୱର  । ଅନୁଷ୍ଠାନରେ ନିଜର ବକ୍ତବ୍ୟରେ ଶ୍ରୀମତୀ ମୋନିକା କହିଲେ ଯେ, ସିଏସ୍ଆର ଏନସିପି ବିଦୁ୍ୟତ୍ ଉତ୍ପାଦନ ବ୍ୟବସାୟରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହି ଆସିଛି  । ଅଧିକନ୍ତୁ ଏନଟିପିସିର ଦୃଢ଼ ବିଶ୍ୱାସ ଯେ ଏହାର ପରିଯୋଜନାର ଚାରିପଖରେ ବସବାସ କରୁଥିବା ଜନ ସାଧାରଣ ଏହାର ମହତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି  । ଭଲ ପ୍ରତିବେଶୀ ହିସାବରେ ଏନଟିପିସି ସେମାନଙ୍କର ସାମୁଦାୟିକ ବିକାଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାର୍ଥକ ଅଂଶୀଦାରୀ ଗଠନ କରିଅଛି  । ଶ୍ରୀମତୀ କିଶୋର ଆହୁରି ମଧ୍ୟ କହିଲେ ଯେ, ସିଏସଆର ପ୍ରୋଗ୍ରାମ ସହିତ ତାଳଦେଇ ଏନଟିପିସି ଛାତ୍ରୀମାନଙ୍କୁ ସଶକ୍ତକରଣ ସହିତ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଚେଷ୍ଟିତ  । ଏନଟିପିସିର ପୂର୍ବକ୍ଷେତ୍ର-୨ର ଏହି ମିଶନ ତାଳଚେର ଥର୍ମାଲ ଏବଂ କଣିହାଁରେ ଚାଲୁ ରହିଛି  ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *