Wednesday , October 4 2023
Breaking News
Home / ବିଶେଷ / ଅଧ୍ୟାପକଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଅଧ୍ୟାପକଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଗରଦପୁର, ୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ କୋଡପଲ୍ଲା ଗ୍ରାମର ଅବସରପ୍ରାପ୍ତ ଅଧ୍ୟାପକ କୈଳାସ ଶତପଥୀଙ୍କ ବିୟୋଗର ଦ୍ୱାଦଶ ଦିବସରେ ତାଙ୍କ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ଭାଗଗ୍ରାହୀ ମିଶ୍ରଙ୍କ ସଭାପତିତ୍ୱରେ ଅତିଥି, ଶୁଭେଚ୍ଛୁ ଏବଂ ବନ୍ଧୁ ପରିବାରବର୍ଗ ଯୋଗଦେଇ ସ୍ୱର୍ଗତ ଶତପଥିଙ୍କ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତିିସଭାରେ ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଧେଶକ ଅମୀୟ ମହାନ୍ତିଙ୍କ ସଂଚାଳନରେ ଦେବେନ୍ଦ୍ର ଶତପଥୀ, ରାଜିବ ଲୋଚନ ସ୍ୱାଇଁ, ସୁବାସ କୁମାର, ଅଧ୍ୟାପକ ଅଜୟ ସାମଲ, ଜ୍ୟୋତିରଂଜନ ନନ୍ଦ, ହେମନ୍ତ ପଣ୍ଡା, ଅମୂଲ୍ୟ ମଲ୍ଲ, ଶରତ ଦେବତା, ମହେନ୍ଦ୍ର ମହାନ୍ତି, ପ୍ରଦୀପ୍ତ ବାରିକ, କୈଳାସ ବରାଳ, ଲିଙ୍ଗରାଜ ଶତପଥୀ, ବୁଟୁ ଚୌଧୁରୀ, ବଳରାମ ଲେଙ୍କା, ପ୍ରକାଶ ପାଣି, ମଦନ ମାହାଲା, ମନୋଜ ରାଉତ, ହେମନ୍ତ ଶତପଥୀ ଓ ଭାଗିରଥି ଜେନାଙ୍କ ସମେତ ବହୁ ଶୁଭେଚ୍ଛୁ ବନ୍ଧୁ ସ୍ୱର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *