Saturday , December 10 2022
Home / ବିଶେଷ / ସଙ୍କିର୍ତନ କଳାକାରଙ୍କ ସ୍କୃତି ସମାଧି ପ୍ରତିଷ୍ଠା

ସଙ୍କିର୍ତନ କଳାକାରଙ୍କ ସ୍କୃତି ସମାଧି ପ୍ରତିଷ୍ଠା

ମହାକାଳପଡ଼ା,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ  ଇଟାକଣ୍ଡିଆ ଗ୍ରାମର ବିଶିଷ୍ଟ ସଙ୍କର୍ତନ ବାୟକ ନକୁଳ ଚରଣ ବାରିକଙ୍କର ପରଲୋକ ହୋଇଛି ।  ତାଙ୍କ ଦେହାନ୍ତ ର ୧୪ର୍ଦଶ  ଦିନରେ ଆଜି ତାଙ୍କର ସ୍ମୃତି ସମାଧି ପ୍ରତିଷ୍ଠା କରାଯାଇଛି ।  ଏହି ଅବସରରେ  ସ୍ଥାନୀୟ ଅଂଚଳର  ୩୦ ଟି ସଙ୍କିର୍ତନ ମଣ୍ଡଳୀର  ୫୦୦ ରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ସଙ୍କିର୍ତନ କଳାକାର ସମବେତ ହୋଇ ସମାଧି ପ୍ରତିଷ୍ଠା ଉତ୍ସବରେ ସଙ୍କିର୍ତନ ପରିବେଷଣ କରିଥିଲେ ।  ଶ୍ରୀ ଜଗନ୍ନାଥ ସଙ୍କିର୍ତନ ମହାସଂଘ ଆନୁକୂଲ୍ୟରେ  ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଉପସଭାପତି  ଯୁଧିଷ୍ଠିର ଦାସ, ପ୍ରଦୀପ ସ୍ୱାଇଁ,  ପ୍ରକାଶ ଚନ୍ଦ୍ର ସ୍ୱାଇଁ,  ନିରାକାର ପ୍ରଧାନ , ଭିକାରୀ ବେହେରା,  ବିଦ୍ୟାଧର ରାଉତ, ଯଦୁମଣି ପରିଡ଼ା, ଯୁଧିଷ୍ଠୀର ବାରିକ, ନୃସିଂହ ଚରଣ ମଲ, ଅମିୟ ପ୍ରଧାନ , କଳ୍ପନା ବିଶ୍ୱାଳ, ସ୍ୱର୍ଣ୍ଣଲତା ଜେନା, ବନଲତା ନାୟକ,ଅହଲ୍ୟା ଦାସ, ସୁଜାତା ସାହୁ, କବିତା ଖଟୁଆ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.