Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚୌଦ୍ୱାର ପୁଲିସ୍ ର ଆଉ ଏକ ଏନକାଉଂଟର – ଦୁର୍ଦ୍ଧାନ୍ତ ଅପରାଧୀ ମୁନା ଦେହୁରୀ ଆହତ

ସଂକ୍ଷେପରେ ତାଜା ଖବର : ଚୌଦ୍ୱାର ପୁଲିସ୍ ର ଆଉ ଏକ ଏନକାଉଂଟର – ଦୁର୍ଦ୍ଧାନ୍ତ ଅପରାଧୀ ମୁନା ଦେହୁରୀ ଆହତ

କଟକ,୧୪/୧୦/୨୦୧୯ ( ଓଡ଼ିଶା ସମାଚାର)- ଗତକାଲି ଚୌଦ୍ୱାର ପୁଲିସ୍ ଓ ସ୍ପେସାଲ ସ୍କ୍ୱାର୍ଡ଼ ପୋଲିସ୍ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସାହୁ ଆଲିଆସ ଜିତୁ ଆହତ ହୋଇଥିବାବେଳେ ଆଜି ଭୋର ସମୟରେ ଆଉ ଏକ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି । ସେ କୌଣସି ଏକ ଅପରାଧ ଘଟାଇବାକୁ ଯୋଜନା କରୁଥିବାବେଳେ ଗୁଇନ୍ଦା ସୂତ୍ରରୁ ଖବର ପାଇ ନୂଆପାଟଣା – ଧବଳେଶ୍ୱର ରାସ୍ତାରେ ଭେଟାଭେଟି ହୋଇଥିଲେ । ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ଗୁଳିରେ ଆହତ ହୋଇଥିଲା ଆହତ ଅବସ୍ଥାରେ ତାକୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ତା ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଛି । ବିଶେଷକରି ୫୦ ଲକ୍ଷ ଟଙ୍କା ଲୁଟ ଘଟଣା ଓ ଢ଼େଙ୍କାନାଳ ଡ଼ିଏଫଓ ଙ୍କ ଡ଼୍ରାଇଭର ହତ୍ୟା ଘଟଣାରେ ସେ ସମ୍ପୃକ୍ତ ଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *