Monday , January 30 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଏକ ଡ଼ବାରେ ଥିବା ବୋମା ବିଷ୍ଫୋରଣରେ ମହିଳା ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ଏକ ଡ଼ବାରେ ଥିବା ବୋମା ବିଷ୍ଫୋରଣରେ ମହିଳା ଗୁରୁତର ଆହତ

ବ୍ରହ୍ମପୁର,୧୪/୧୦/୨୦୧୯( ଓଡ଼ିଶା ସମାଚାର)- ଏକ ଡ଼ବାରେ ଥିବା ବୋମା ବିଷ୍ଫୋରଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଧର୍ମକିର୍ତି ଗାଁ ନିକଟରେ ଥିବା ପୋଲ ତଳେ ଏକ ଗଛମୂଳେ ଏକ ଡ଼ବା ରହିଥିଲା । ଗାଁ ର ଜଣେ ମହିଳା ସେହିବାଟେ ଗାଧେଇସାରି ଘରକୁ ଫେରୁଥିବାବେଳେ ଉକ୍ତ ଡ଼ବାଟିକୁ ଦେଖି ଘରକୁ ନେଇଆସିଥିଲେ । ଘରେ ଡ଼ବାରେ କଣ ଅଛି ଜାଣିବାକୁ ମହିଳା ଜଣକ ଡ଼ବାକୁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଡ଼ବାଟି ନଖୋଲିବାରୁ ଏକ କଙ୍କୁରୀ ସାହାଯ୍ୟରେ ଖୋଲିବା ବେଳେ ଡ଼ବାରେ ଥିବା ଏକ ବୋମା ବିଷ୍ଫୋରଣ ହୋଇଥିଲା । ଫଳରେ ସମ୍ପୃକ୍ତ ମହିଳା ଆହତ ହୋଇଛନ୍ତି । ତାଙ୍କୁ ରେବଣା ନୂଆଗାଁ ହସପିଟାଲରେ ମର୍ତି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.