Monday , October 3 2022
Breaking News
Home / ବିଶେଷ / ରାସ୍ତା ଉପରକୁ ଶୋଇଥିବା  ଏକାଧିକ ବାଉଁଶ ବୁଦା ସଫା କରାଯାଉ 

ରାସ୍ତା ଉପରକୁ ଶୋଇଥିବା  ଏକାଧିକ ବାଉଁଶ ବୁଦା ସଫା କରାଯାଉ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ଫନି ବତ୍ୟାର ୫ ମାସ ପରେ ମଧ୍ୟ ରାସ୍ତାରୁ ଗଛ ସଫା ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ମଇଁ ମାସର ପ୍ରଥମ ସପ୍ତାହରେ ବାତ୍ୟା ହେଲା । ବହୁ ଗଛ ଉପୁଡ଼ି ପଡ଼ିଲା, ଭାଙ୍ଗି ପଡ଼ିଲା । ହେଲେ ବାତ୍ୟାର ସପ୍ତାହକ ମଧ୍ୟରେ ସମସ୍ତ ରାସ୍ତାରୁ ଗଛ କଟାଯାଇ ଉଠାଇ ଦିଆଗଲା । ହେଲେ ବାତ୍ୟାର ୫ ମାସ ପରେ ମଧ୍ୟ ରାସ୍ତା ଉପରେ ଏକାଧିକ ବାଉଁଶ ବୁଦା ପଡ଼ି ରହିଥିଲେ ମଧ୍ୟ ବାଉଁଶ ବୁଦାର ମାଲିକ ରାସ୍ତାରୁ ବାଉଁଶ ଗଛ ଗୁଡ଼ିକ ସଫା କରୁନାହାନ୍ତି କିମ୍ବା ପ୍ରଶାସନ ପକ୍ଷରୁ ମଧ୍ୟ ରାସ୍ତାଉପରେ ଶୋଇଥିବା ବାଉଁଶ ବୁଦା ସଫା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହିପରି ତେଣ୍ଡାକୁଡ଼ା ପଂଚାୟତର ବଡ଼ ନୟନପୁର ସାଇଫନ ନିକଟ ଚିତ୍ରୋପôଳା ନଦୀ ବନ୍ଧରେ ରାସ୍ତା ଉପରକୁ ଶୋଇ ରହିଛି ଏକାଧିକ ବାଉଁଶ ବୁଦା । ଏହି ରାସ୍ତାରେ ଦୈନିକ ଯାତ୍ରିବାହୀ ବସ୍ ଯାତାୟତ କରୁଥିବାବେଳେ ବସ୍ ର ଝରକା ବାଟେ ବାଉଁଶ ଗଛର କଣି ପସିଯାଇ ଲୋକଙ୍କ ଦେହରେ ଖେଂଚିହୋଇଯାଉଥିବା ଅଭିଯୋଗ ହେଉଛି । ପାଇକା ନଦୀବନ୍ଧ ରାସ୍ତା ଉପରେ ଶୋଇଥିବା ଏକାଧିକ ବାଉଁଶ ଗଛ ଗୁଡ଼ିକୁ କାଟି ରାସ୍ତା ଉପରୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.