ଭୁବନେଶ୍ୱର,୧୪/୧୦/୨୦୧୯ ( ଓଡ଼ିଶା ସମାଚାର)- ବେଆଇନ୍ ଭାବେ ରାଜ୍ୟରୁ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ଦଲାଲ୍ ଗିରଫ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୨୫ ଜଣ ଦଲାଲ୍ ଗିରଫ ହୋଇଥିବା ବେଳେ ନୂଆପଡା ଜିଲ୍ଲାରୁ ୧୬ ଜଣ ଦଲାଲ୍ ଗିରଫ ହୋଇଛନ୍ତି ।ପୋଲିସ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୧୫ଟି ଏତଲାକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଛି । ଏଫଆଇଆରରେ ଆଇପସି ଧାରା ୧୨୦ବ /୩୭୦ /୪୧୭ /୩୪ ଅନସୁାରେ ପଂଜୀକୃତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ କରାଯାଇଛି । କୋର୍ଟ ଅନୁମତି କ୍ରମେ କିଛି ଅଭିଯୁକ୍ତଙ୍କୁ ପୋଲିସ୍ ରିମାଣ୍ଡରେ ଆଣି ପଚରାଉଚରା କରିବ । ଗରିଫ ଦଲାଲ ୍ମାନଙ୍କ ସହ ରାଜ୍ୟ ଭିତରେ କିମ୍ବା ବାହାରେ ଆଉ କିଛି ଦଲାଲ୍ ଙ୍କ ସମ୍ପୃକ୍ତି ଥାଏ ତେବେ ଅଧିକ ତଦନ୍ତ କରାଯିବ । ଆପାତତଃ ପ୍ରମାଣ ଆଧାରରେ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ବେଆଇନ୍ ମାନବ ଚାଲାଣ ବିରୁଦ୍ଧରେ ଓଡିଶା ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ରାଜ୍ୟ ସରକାରଙ୍କ ୫ – ଟି ର ଅଂଶବିଶେଷ । ଯାହାକି ମାନବ ଚାଲାଣରେ ଲିପ୍ତ ଥିବା ଦଲାଲ୍ ଙ୍କ ଶୋଷଣରୁ ରକ୍ଷା କରି ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବା ଲକ୍ଷ୍ୟରେ କରାଯାଇଛି । ଦଲାଲ୍ ମାନଙ୍କ ବିରୁଦ୍ଧରେ ଓଡିଶା ପୋଲିସ୍ ର ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ପୋଲିସ୍ ଡିଜି ବିକେ ଶର୍ମା ସ୍ପଷ୍ଟ କରଛିନ୍ତି । ସେ କହଛିନ୍ତି ଯେ ଗରିଫ ୪୧ ଜଣଙ୍କ ମଧ୍ୟରୁ ବଲାଙ୍ଗୀର ଜିଲାର କଂଟାବାଂଝି ଥାନା ୮ ଜଣଙ୍କୁ ଗିରଫ କରିଥିବା ବେଳେ ତୁରେଇକେଲାରେ ୬ , ବେଲପଡା ୫ , ଖପ୍ରାଖୋଲ ୪ , ଲାଠୋରରେ ୨ ଜଣଙ୍କୁ ଗ÷ିରଫ କରାଯାଇଛି । ସେହିପରି ନୂଆପଡା ଜିଲ୍ଲା ବେଲଟିକିରିଥାନା ୩ ଜଣ , ଜଙ୍କ ଥାନା ରେ ୫ ଜଣ , କୋମନା ୨ ଜଣ , ଖରିଆର ୩ ଜଣ , ଭେଡେନ୍ ୧ ଓ ସିନାପାଲିରେ ୨ ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି । ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ଅଭିଯାନ ଚାଲିଥିଲା । ଓଡ଼ିଶା ସମାଚାର