Tuesday , October 4 2022
Home / ବିଶେଷ / ଫନି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ନମିଳିବା ପ୍ରତିବାଦରେ ତହସିଲ ସମ୍ମୁଖରେ ଗଣ ଧାରଣା

ଫନି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ନମିଳିବା ପ୍ରତିବାଦରେ ତହସିଲ ସମ୍ମୁଖରେ ଗଣ ଧାରଣା

  ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ଫନି ବାତ୍ୟାରେ କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ୍  ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଖରାଟିଆ ଚାଷ ଉଜୁଡ଼ିଯିବା ସହିତ  ଶହ ଶହ ଚାଳ ଛପର ଘର ଭାଙ୍ଗି ରୁଜି ନଷ୍ଟ ହୋଇଥିଲା । ଏବେ ରାଜ୍ୟ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଥିବାବେଳେ  ପ୍ରକୃତ ପକ୍ଷେ ତହସିଲ ପ୍ରସ୍ତୁତ କରିଥିବା କ୍ଷତିଗ୍ରସ୍ତ ତାଲିକାରେ ବହୁତ ଗ୍ରାମର ପ୍ରକୃତ ହିତାଧିକାରୀଙ୍କ ନାମ ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।  ଅଯୋଗ୍ୟ ହିତାଧିକାରୀମାନେ  ରାଜସ୍ୱ ନିରୀକ୍ଷକ ମାନଙ୍କୁ ହାତ ବାରିସି କରି  ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି ।  ଏପରିକି ତିନିତାଲା କୋଠା ବିଶିଷ୍ଟ ଲୋକଙ୍କ ନାମ  ତାଲିକାରେ ଥିବାବେଳେ ଚାଳ ଛପର ଓ ଭଙ୍ଗା ଘରେ ରହୁଥିବା କ୍ଷତିଗ୍ରସ୍ତ ପରିବାର ତାଲିକାରେ ସାମିଲ ହୋଇନଥିବା ଦେଖାଯାଉଛି ।  ସେଥିପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମରୁ  କ୍ଷତିଗ୍ରସ୍ତ ମାନେ  ତହସିଲରେ ପହଂଚି ଅଭିଯୋଗ କରୁଥିବା ଦେଖାଯାଇଛି ।  ଏହି ପରିପ୍ରେକ୍ଷିରେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ଙ୍କ ନେତୃତ୍ୱରେ ଆଜି ଶତାଧିକ କ୍ଷତିଗ୍ରସ୍ତ  ଓ ସାଧାରଣ ନାଗରିକ ଏହାର ପ୍ରତିବାଦ କରି ଓ ଆଶୁ ସମାଧାନ ଦାବି କରି  ତହସିଲ ସମ୍ମୁଖରେ ଗଣ ଧାରଣା ଦେଇଥିଲେ । ମଧ୍ୟାହ୍ନ ବିରତି ସମୟରେ ତହସିଲଦାର ଉମାକାନ୍ତ ବିଶ୍ୱାଳ (ତହସିଲଦାର ଇନ ଚାର୍ଯ) ଧାରଣାସ୍ଥଳକୁ ଆସି ଅଭିଯୋଗକାରୀଙ୍କ ସହିତ  ଆଲୋଚନା କରିବା ସହିତ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ ।  ଏଥିସହିତ ତହସିଲଦାରଙ୍କ ସମେତ  ଜିଲାପରିଷଦ ସଦସ୍ୟ ଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି କେନ୍ଦ୍ରାପଡ଼ା ଯାଇ ଜିଲାପାଳ ସମର୍ଥ ବର୍ମା ଙ୍କ ସହିତ ଆଲୋଚନା କରିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ଆଜିର ଗଣ ଧାରଣାରେ ନୟନବଲଭ ନାୟକ,ଗୋଲକ ଚନ୍ଦ୍ର ସ୍ୱାଇଁ,ସମାଜସେବୀ ଅରୁଣ କୁମାର ପଣ୍ଡା,ବାନାମ୍ବର ମନ୍ଥନ ,ପବିତ୍ର ବରାଳ,ରମେଶ ଚନ୍ଦ୍ର ଓଝା,ତପନ କୁମାର ନାୟକ,ଜାୟେତ ଖାଁ,ଆଦିତ୍ୟ ସ୍ୱାଇଁ,ଗଣେଶ୍ୱର ସାହୁ, ଅକ୍ଷୟ କୁମାର ବାରିକ,ଟୁକୁନା ମଲିକ, ରବିନ୍ଦ୍ର କୁମାର ଦାସ, ଅକ୍ଷୟ କୁମାର ଦାସ, ନୃସିଂହ ସେଠୀ, ଧୂଳମଣି ବେହେରା,ଖଗେଣ୍ୱର ଜେନା,ଇନ୍ଦୁପ୍ରଭା ଦାସ ପ୍ରମୁଖ ଶତାଧିକ ଜନସାଧାରଣ ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.