Friday , January 28 2022
Breaking News
Home / କ୍ରୀଡ଼ା / ପୁରୁଷ ହକି ଟିମ୍ ର ବାରାଣସୀ ଗସ୍ତ

ପୁରୁଷ ହକି ଟିମ୍ ର ବାରାଣସୀ ଗସ୍ତ

ବ୍ରହ୍ମପୁର, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଇଷ୍ଟଜୋନ୍ ଆନ୍ତଃବିଶ୍ୱବିଦ୍ୟାଳୟ ହକି ଟୁଣ୍ଣାମେଂଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ୧୬ଜଣିଆ ପୁରୁଷ ହକି ଟିମ୍ ଚୟନ କରାଯାଇଛି । ସେମାନେ ହେଲେ ବାଲିଗୁଡା ଆଦିବାସୀ କଲେଜର ସତ୍ୟରଞ୍ଜନ ଜାନି,  ନକୁଳ ପ୍ରଧାନ,  ରାଜେଶ ଦିଗଲ, ରମେଶ ପୂଜାରୀ, ଭଞ୍ଜନଗର କେଏସୟୁବି କଲେଜର ଅରବିନ୍ଦ ପ୍ରଧାନ, ବିକ୍ରମ କେଶରୀ ପଣ୍ଡା,  ଚନ୍ଦନ କୁମାର ଗୌଡ଼, ଦିପକ କୁମାର ବିଶ୍ୱାଳ,  ସାମନ୍ତିଆପଲ୍ଲୀ ଏସବିପି ମହାବିଦ୍ୟାଳୟର ଡି.ଶରତ କୁମାର ରେଡ୍ଡି, ବ୍ରହ୍ମପୁର ସିଟି କଲେଜର ଏସ୍ ରାଜୁ, ପଞ୍ଚାନନ ସେଠୀ,  ଜି.ପ୍ରଦୀପ୍ତ, ଜଗନ୍ନାଥ ପ୍ରଧାନ,  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ବିଭାଗର ବେଣୁଧର ବେହେରା, ବି.ଜନାର୍ଦ୍ଧନ ରେଡ୍ଡି ଏବଂ ଲିଙ୍ଗରାଜ ଲ’ କଲେଜର ଏକେ ବେହେରା । କୋଚ ଭାବେ ସାମନ୍ତିଆପଲ୍ଲୀ ଏସବିପି କଲେଜର ପିଇଟି ସୁଧାକର ବିଶୋୟୀ ଓ ମ୍ୟାନେଜର ଭାବେ ଚିକିଟି ମହାବିଦ୍ୟାଳୟର ପିଇଟି ଜେ.ଜଗନ୍ନାଥ ରାଓ ମନୋନୀତ ହୋଇଛନ୍ତି । ଏହି ଟିମ୍ ଉନ୍ନତ ପ୍ରଦର୍ଶନ କରିବ ବୋଲି ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ,  ପିଇଓ ରବି ଚରଣ ମିଶ୍ର, ପ୍ରଦୀପ୍ତ କିଶୋର ପଟ୍ଟନାୟକ, ରାଜେଶ କୁମାର ମହାନ୍ତି, ସନ୍ତୋଷ କୁମାର ଗୌଡ଼,  ଏସ୍ କି୍ରଷ୍ଣା ରେଡ୍ଡି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗ୍ରାମାଂଚଳ କି୍ରକେଟ୍ : ନିକିରେଇ ଜିତିଲା ଚାଲେଂଜ କପ୍ 

ଗରଦପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ଉଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୩ ଦିନି …

Leave a Reply

Your email address will not be published. Required fields are marked *