Tuesday , October 26 2021
Breaking News
Home / ବିଶେଷ / ପାଇକା ନଦୀ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ

ପାଇକା ନଦୀ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ

 ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ପାଇକା ନଦୀର ଉତରପାଶ୍ୱର୍ ନଦୀ ବନ୍ଧ ର ସାଇଫନ୍ ଛକରୁ ସାନନୟନପୁର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି ନଦୀବନ୍ଧ ରାସ୍ତାଟି ବନ୍ତଳା ସେକସନ୍ ଅଧିନରେ ରହିଛି । ଜିଲାର ଶେଷ ସିମା ରେ ଥିବାରୁ ବିଭାଗୀୟ ଯନ୍ତ୍ରୀ ମାନଙ୍କର ଏହି ରାସ୍ତା ଉପରେ ନଜର ପଡ଼ୁନାହିଁ । ଏହା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମହାନଦୀ, ଚିତ୍ରୋପôଳା ଓ ପାଇକା ଦ୍ୱୀପାଂଚଳ ଲୋକମାନଙ୍କ ପାଇଁ ଯାତାୟତର ମୁଖ୍ୟ ରାସ୍ତା ଅଟେ । ଦୈନିକ ଏହି ରାସ୍ତରରେ ଏକାଧିକ ଯାତ୍ରିବାହୀ ବସ୍, ଟ୍ରକ୍ ସମେତ ଶହ ଶହ ଚାରିଚକିଆ ଯାନ ଓ ଦୁଇ ଚକିଆ ଯାନ ଯାତାୟତ କରିଥାନ୍ତି । ଏହି ରାସ୍ତା ରେ ତେଣ୍ଡାକୁଡ଼ା, ପଳସୁଧା,ବନ୍ତଳା, ତଳକୁସୁମା,କୃଷ୍ଣାନନ୍ଦପୁର, ବିଶନପୁର ଆଦି ପଂଚାୟତର ଲୋକଙ୍କର ମୁଖ୍ୟ ରାସ୍ତା ହୋଇଥିବାବେଳେ ଏହି ରାସ୍ତା ଦେଇ ଅଂଚଳର ପ୍ରମୁଖ ବ୍ୟବସାୟକେନ୍ଦ୍ର ବିଲହାଟ କୁ ମାଲ ପରିବହନ ହୋଇଥାଏ । ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଂଚଳର ଲୋକେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *