Friday , September 29 2023
Breaking News
Home / ବିଶେଷ / ନୂତନ ସେବା ସମବାୟ ସମିତି ଉଦଘାଟିତ

ନୂତନ ସେବା ସମବାୟ ସମିତି ଉଦଘାଟିତ

ପିପିଲି, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାସପୁର ଗ୍ରାମ ପଂଚାୟତର ମାଳିକପାଳି ଠାରେ ଦୃର୍ଗାଦାସପୁର ସେବା ସମବାୟ ସମିତି ନୂତନ ଗୃହକୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶୂଭ ଉଦଘାଟନ କରିଛନ୍ତି ।ଏହି ନୂତନ ଗୃହ ଟି ରାଷ୍ଟ୍ରିୟ କୃଷକ ବିକାଶ ସମିତି ଯୋଜନାରେ ୪ଲକ୍ଷ ୭୫ହଜାର ଟଙ୍କାର ବ୍ୟୟ ଅଟକଳ ମୁଲ୍ୟରେ ନିର୍ମାଣ କରାଯାଇଛି । ଏହି ଶୂଭ ଉଦଘାଟନି ଉତ୍ସବରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ,ସାଂସଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ୱାଇଁ,ଆତ୍ମା ଅଧକ୍ଷ ଧରଣୀଧର ସାହୁ,ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାସ,ଦୃର୍ଗାଦାସପୁର ସେବା ସମବାୟ ସମିତି ସଭାପତି ସଦାଶିବ ଦାସ ବ୍ଲକ ବିଜେଡି ଉପସଭାପତି ଚିନ୍ମୟ ମହାପାତ୍ର,ଯୁବ ବିଜେଡି ସଭାପତି ମନୋଜ ଦାସ,ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ,ସରପଂଚ ଦୃର୍ଗାଦାସପୁର ବାସନ୍ତି ବେହେରା ସମିତିସଭ୍ୟା ସୁଚିତ୍ରା ଚଉଁରି,ଯୁବନେତା ବିଶ୍ୱଜିତ ଦାସ ଓ ଦୃର୍ଗାଦାସପୁର ସମବାୟ ସମିତି ସମ୍ପାଦିକା ଜ୍ୟୋତିର୍ମୟୀ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ନୂତନ ଗୃହ ଉଦଘାଟନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *