Friday , October 22 2021
Breaking News
Home / ବିଶେଷ / ନୂଆବର୍ଷରୁ ସୁରଟକୁ ଉଡିବ ବିମାନ

ନୂଆବର୍ଷରୁ ସୁରଟକୁ ଉଡିବ ବିମାନ

ଭୁବନେଶ୍ୱର,୧୪/୧୦/୨୦୧୯ ( ଓଡ଼ିଶା ସମାଚାର)- ଆସନ୍ତା ନୂଆ ବର୍ଷରୁ ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ସିଧାସଳଖ ବିମାନ ଉଡିବ । ୨୦୨୦ ଜାନୁଆରୀ ୧ ତାରିଖରୁ ଏହି ସେବା ଆରମ୍ଭ ହେବ । ସପ୍ତାହକୁ ୩ ଥର ଏୟାର ଇଣ୍ଡିଆର ବିମାନ ଭୁବନେଶ୍ୱରରୁ ସୁରତକୁ ଚଳାଚଳ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ମତି ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି । ଶ୍ରୀମତୀ ଷଡଙ୍ଗୀ ଟ୍ୱିଟ୍ କରିଛନ୍ତି ଯେ ସୁରତରେ ବସବାସ କରୁଥିବା ଓଡିଆ ବନ୍ଧୁ ମାନେ ଏହା ଚାହୁଁଥିଲେ । ଭୁବନେଶ୍ୱର- ସୁରତ ବିମାନ ଚଳାଚଳ ପାଇଁ ମନ୍ତ୍ରଣାଳୟ ତାଙ୍କ ଅନୁରୋଧକୁ ରକ୍ଷା କରିଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଶ୍ରୀମତୀ ଷଡଙ୍ଗୀ ସୁରତର ସାଂସଦଙ୍କ ସହ ଯାଇ କେନ୍ଦ୍ରମନ୍ତ୍ର୍ରୀ ଶ୍ରୀ ପୁରୀଙ୍କୁ ସାକ୍ଷାତ କରିବା ସହ ବିମାନ ଚଳାଚଳ ସମ୍ପର୍କିତ ଦାବି ପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *