Friday , September 22 2023
Breaking News
Home / କ୍ରୀଡ଼ା / ଗଞ୍ଜାମ ସବ୍ ଜୁନିୟର ବାଳକ ହ୍ୟାଣ୍ଡବଲ ଦଳର କଟକ ଗସ୍ତ

ଗଞ୍ଜାମ ସବ୍ ଜୁନିୟର ବାଳକ ହ୍ୟାଣ୍ଡବଲ ଦଳର କଟକ ଗସ୍ତ

ବ୍ରହ୍ମପୁର, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ରବିବାର କଟକର ବିଡାନାସି ପଡ଼ିଆରେ ଓଡ଼ିଶା ହ୍ୟାଣ୍ଡବଲ ସଂଗଠନ ତରଫରୁ ଏକଦିବସୀୟ ସବ୍ଜୁନିୟର ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ ପ୍ରତିଯୋଗିତା ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଗଞ୍ଜାମ ଜିଲ୍ଲାର ୧୨ ଜଣିଆ ଦଳ କଟକ ଗସ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ରାଜ୍ୟ ସବ୍ଜୁନିୟର ହ୍ୟାଣ୍ଡବଲ ଟିମ୍ ପାଇଁ ଚୟନ କରାଯିବ । ଆସନ୍ତା ନଭେମ୍ବର ୧ ଠାରୁ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଇଣ୍ଡୋରଠାରେ ଜାତୀୟ ସବ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତା ହେବ । ଗଞ୍ଜାମ ଜିଲ୍ଲାରୁ ରୁଦ୍ର, ଯୁଧିଷ୍ଠୀର, ରାମାଶିଶ୍, ଜିତେଶ, ଅଙ୍କିତ, ଚନ୍ଦନ, ଓମ୍ ଅନିକେତ, ଆଦିତ୍ୟ, ଜୟ, ପି.ନିରଞ୍ଜନ, ଦିବ୍ୟାଂଶୁ ଓ ରାମ । କୋଚ ଭାବେ ଏ ତେଜସ୍ୱୀ ରହିଛନ୍ତି । ଏହି ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ହ୍ୟାଣ୍ଡବଲ ଦଳର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସଭାପତି ଅଶୋକ ଶୁକ୍ଳା, ପ୍ରକାଶ ପଣ୍ଡା, ଶକ୍ତିଧର ରାଜଗୁରୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *