Wednesday , February 8 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟିତ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରମାକାନ୍ତ ପାଣି, ସାମ୍ବାଦିକ ନବଘନ ନାୟକ,ଧିରେନ କୁମାର ମିଶ୍ର, ତପନ କୁମାର ସାହୁ,ରାମକୃଷ୍ଣ କର ପ୍ରମୁଖ ଯୋଗ ଦେଇଥିଲେ । ଏହି କେନ୍ଦ୍ରରେ ଗ୍ରାହକ ମାନଙ୍କୁ ବ୍ୟାଟେରୀ ଚାଳିତ ସ୍କୁଟର ଓ ବାଇକ୍ ସୁଲଭ ମୂଲ୍ୟରେ  ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ବିକ୍ରୟ କେନ୍ଦ୍ର ର ପରିଚାଳକ  କୁମାର ପାଣି ସୂଚନା ଦେଇଛନ୍ତି । ପ୍ରଦ୍ୟୁଷଣକୁ ରୋକିବା ପାଇଁ ସରକାର ଇ- ବାଇକ୍ ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହି ବାଇକ୍ କ୍ରୟ ପ୍ରତି ସାଧାରଣରେ ଆଗ୍ରହ ପ୍ରକାଶ ପାଉଥିବା ଦେଖାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.