Thursday , October 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ଆହତ

ଘଟଗାଁ,୧୩/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରିବାରିକ କଳହରୁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ ତିତିଳିଆ ଗାଁ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆଜି ରାତି ପ୍ରାୟ ୮ ଟା ବେଳେ ଭାଇ ଭାଇ ମଧ୍ୟରେ ପାରିବାରିକ କଳହରୁ ସାନ ଭାଇ ଶୁକ୍ର ମୁଣ୍ଡାର ତୀର ମାଡ଼ରେ ବଡ଼ ଭାଇ ଚନ୍ଦ୍ରୁ ମୁଣ୍ଡା ଗୁରୁତର ଆହତ ହୋଇଛି । ଦେହରେ ତୀରଟି ଲାଗି ରହିଛି । ପ୍ରଥମେ ଘଟଗାଁ ତା ପରେ କେନ୍ଦୁଝର ହସପିଟାଲ ରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିବାବେଳେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *