Monday , January 24 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଜୁଇରୁ ଉଠି ବସିଲା ଶବ !

ସଂକ୍ଷେପରେ ତାଜା ଖବର : ଜୁଇରୁ ଉଠି ବସିଲା ଶବ !

ଭଂଜନଗର, ୧୩/୧୦/୨୦୧୯ ( ଓଡ଼ିଶା ସମାଚାର)- ଜୁଇରୁ ଉଠି ବସିଲା ଶବ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ହେଲେ କଥାଟା ସମ୍ପୂର୍ଣ୍ଣ ସତ୍ୟ ଅଟେ । ମିଳିଥିବା ତାଜା ସୂଚନା ଅନୁସାରେ ଗଂଜାମ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ହରିପୁର ଗାଁ ରେ ଏଭଳି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା । ଗତକାଲି ହରିପୁର ଗାଁ ର ସିମାଂଚଳ ମଲିକ ଛେଳି ଚରାଇବାକୁ ଯାଇ ଘରକୁ ଫେରିନଥିଲେ କିନ୍ତୁ ଛେଳି ଆପେ ଆପେ ଘରକୁ ଫେରିଆସିଥିଲେ । ରାତିଯାକ ସେ ଜଙ୍ଗଲରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲେ । ଆଜି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପରିବାର ଲୋକେ ଘରକୁ ଆଣିଥିଲେ । ତାଙ୍କ ଦେହ ଥଣ୍ଡା ଲାଗୁଥିଲା । ନାଡ଼ି ଚାଲୁନଥିଲା । ଆଜି ତାଙ୍କର ଶବ ଦାହ କରିବା ପାଇଁ ସ୍ମଶାନକୁ ନିଆଯାଇଥିଲା । କିନ୍ତୁ ସ୍ମଶାନରେ ଜୁଇ ଲଦିବା ପରେ ତାଙ୍କର ଜୀବନ ଥିବାଭଳି ଜଣାପଡ଼ିଥିଲା । ତେଣୁ ତାଙ୍କୁ ତୁରନ୍ତ ଘରକୁ ଆଣି ଭଂଜନଗର ହସପିଟାଲ ରେ ଭର୍ତି କରିଥିଲେ । ଚିକିତ୍ସା ପରେ ତାଙ୍କର ଚେତା ଫେରିଛି ଓ ସେ ଭଲ ଥିବା ଜଣାପଡ଼ିଛି । ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ସମାଚାର

About admin

Check Also

ଭାରସାମ୍ୟ ହରାଇ ଓଲଟିଲା କାର୍‌ : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ଜଣ ଯାତ୍ରୀ

ବାଲିଗୁଡ଼ା,୨୦/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ୫୯ନଂ ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣା …

Leave a Reply

Your email address will not be published. Required fields are marked *