Wednesday , October 20 2021
Breaking News
Home / ବିଶେଷ / ବୈଷ୍ଣବପାଣିଙ୍କ ଜୟନ୍ତୀରେ ଜନ୍ମମାଟି ମାହାଙ୍ଗାର କୋଠପଦା ଚଳଚଂଚଳ

ବୈଷ୍ଣବପାଣିଙ୍କ ଜୟନ୍ତୀରେ ଜନ୍ମମାଟି ମାହାଙ୍ଗାର କୋଠପଦା ଚଳଚଂଚଳ

ସାଲେପୁର/ମାହାଙ୍ଗା, ୧୩.୧୦.୨୦୧୯(ଓଡିଶା ସମାଚାର/ ଅଭୟ ଜେନା): ଓଡ଼ିଶାର ଯାତ୍ରା ସୁଆଙ୍ଗ ଓ ଗୀତିନାଟ୍ୟ ଜଗତର ବରପୁତ୍ର , ମାହାଙ୍ଗା-ସାଲେପୁର ମାଟିର ଗୈାରବ ବୈଷ୍ଣବ ପାଣିଙ୍କର ଆଜି ଜୟନ୍ତୀ କଟକ ଜିଲ୍ଲା ମହାଙ୍ଗା ଅନ୍ତର୍ଗତ କୋଠପଦା ଗ୍ରାମରେ ୧୯୮୨ ମସିହା କୁମାର ପୂର୍ଣ୍ଣୀମା ଦିନ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ଯାତ୍ରା ଓ ଗୀତିନାଟ୍ୟ ପ୍ରତି ତାଙ୍କର ଅସୀମ ଆଗ୍ରହ ରହିଥିଲା । ପରବର୍ତି ସମୟରେ ଓଡ଼ିଶାର ଗାଁ ଗହଳି ଠାରୁ ପୁରପଲ୍ଲୀରେ ଯାତ୍ରା ଓ ଗୀତିନାଟ୍ୟ ପରିବେଷଣ କରି ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କର ଜନ୍ମତିଥିକୁ ସମଗ୍ର ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଅତିଆଡ଼ମ୍ବର ସହକାରେ ପାଳନ କରିବା ସହ ସଭା ସମିତି ଓ ତାଙ୍କ ରଚିତ ଗୀତିନାଟ୍ୟ ଗୁଡ଼ିକ ପରିବେଷଣ କରାଯାଇଥାଏ । ତାଙ୍କର ଅଜାନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ବୈଷ୍ଣବ ପାଣିଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ବ୍ୟବହାର୍ଯ୍ୟ ସମାଗ୍ରୀ ପ୍ରଦର୍ଶନ କରିବା ସହ ତାଙ୍କ ସ୍ମୃତି ରକ୍ଷା ଓ ଏକ ଲାଇବ୍ରେରୀ ସ୍ଥାପନ ନିମନ୍ତେ ଦାବି କରିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଶରତ କୁମାର କର, ମାହାଙ୍ଗା ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷ କିଶୋର ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *