Tuesday , October 26 2021
Breaking News
Home / ତାଜା ଖବର / ଦଶଚକିଆ ଟ୍ରକ୍ ଧକ୍କାରେ ଥାନା ସୁଇପର ର ମୃତ୍ୟୁ

ଦଶଚକିଆ ଟ୍ରକ୍ ଧକ୍କାରେ ଥାନା ସୁଇପର ର ମୃତ୍ୟୁ

ସାଲେପୁର ୧୩/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ-ଚାନ୍ଦବାଲି ରାସ୍ତାର ଜଗତପୁରରୁ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ଅଂଚଳ ହୋଇପଡ଼ିଛି । ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଛି । ଆଜି ସଂନ୍ଧ୍ୟାରେ ସାଲେପୁର ବଜାରର ମଧ୍ୟ ସ୍ଥଳରେ ଅବସ୍ଥିତ ବିଜୁ ପଟ୍ଟନାୟକଙ୍କ ଷ୍ଟାଚୁ୍ୟ ଛକ ନିକଟରେ ଏକ ଦଶଚକିଆ ଟ୍ରକ୍ ଚାପାରେ ସାଲେପୁର ଥାନାର ସୁଇପର କାଳିଆ ଗୋଚ୍ଛାୟତ (୫୨)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । କାଳିଆ ରାସ୍ତାରେ ଯାଉଥିବା ବେଳେ କଟକ ଅଭିମୁଖେ ଯାଉଥିବା ଓଆର ୦୨ବିଡ଼ି ୪୦୭୭ ନମ୍ବର ଥିବା ଏକ ଦଶଚକିଆ ଟ୍ରକ୍ ଚାପି ଦେଇଥିଲା । ଘଟଣାସ୍ଥଳରେ ତାହାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକ୍ କୁ ଜବତକରି ଥାନାକୁ ନେଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ର ଡ଼୍ରାଇଭର ଫେରାର ହୋଇଯାଇଛି । ପ୍ରକାଶଥାଉକି ସାଲେପୁର ବଜାରରେ ସକାଳୁ ରାତି ପର୍ଯ୍ୟନ୍ତ ରାସ୍ତାର ଦୁଇକଡ଼ରେ ଦୁଇ ଚକିଆ ଓ ଚାରି ଚକିଆ ଯାନଗୁଡ଼ିକ ବେଆଇନ୍ ପାର୍କିଂ କରିବା ଯୋଗୁ ବଜାର ମଧ୍ୟରେ ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି । ଦୁଇ ବର୍ଷ ମଧ୍ୟରେ ବଜାର ମଧ୍ୟରେ ୨୦ରୁ ଉଦ୍ଧ୍ୱର୍ ଦୁର୍ଘଟଣା ଘଟିଥିବା ବେଳେ ୧୦ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଛନ୍ତି । ବେଆଇନ୍ ପାର୍କିଂ କୁ ହଟାଇବା ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *