Saturday , December 4 2021
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପୋଲିସ ଡିଆଇଜିଙ୍କ ସମୀକ୍ଷା ବୈଠକ

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପୋଲିସ ଡିଆଇଜିଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧୩/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରବିବାର ଅପରାହ୍ନରେ ପୈାରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଂଚଳ ଡି.ଆଇ.ଜି.ଆଶିଷ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପୋଲିସର ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସମାନଙ୍କୁ କେନ୍ଦ୍ରାପଡାରେ ଆଜିଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ନିଜ ନିଜର କର୍ତବ୍ୟ ସମ୍ପାଦନ ସମୟରେ କର୍ତବ୍ୟ ସମ୍ପାଦନସ୍ଥଳରୁ ବିନା ଅନୁମତିରେ ଅନୁପସ୍ଥିତ ନରହିବା,ମୋବାଇଲ ଦେଖିବାରେ ବ୍ୟସ୍ଥ ନରହିବାକୁ ପରାମର୍ଶ ଦେବା ସହିତ ନିଷ୍ଠା,ଆନ୍ତରିକତା ଓ ଦାୟିତ୍ୱ ସମ୍ପନ୍ନ ଭାବରେ ନିଜର କର୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ସହରରେ ମୋଟ ୬୭ଟି ଗଜଲକ୍ଷ୍ମୀ ମେଢ ହୋଇଥିବା ବେଳେ ମେଲଣରେ ସେଥି ମଧ୍ୟରୁ ୪୮ଟି ମେଢ ଅଂଶଗ୍ରହଣ କରିବେ । ଗଜଲକ୍ଷ୍ମୀ ପୂଜା ନିମନ୍ତେ କେନ୍ଦ୍ରାପଡା ସହରକୁ ୫ଭାଗରେ ବିଭକ୍ତ କରାଯାଇଥିବା ବେଳେ ୭ଟି ପେଟ୍ରୋଲିଂ ପାର୍ଟିଙ୍କ ଦ୍ୱାରା ପାଟ୍ରୋଲିଂ ଆରମ୍ଭ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରକୁ ପ୍ରବେଶ ପଥର ୮ଟି ସ୍ଥାନରେ ସହର ମଧ୍ୟକୁ ପ୍ରବେଶ କରୁଥିବା ଯାନ ଗୁଡିକୁ ଚେକିଂ କରାଯାଉଛି । ସେହିଭଳି ସହରର ତିନିମୁହାଣି ଛକ, ନୂଆବସଷ୍ଟାଣ୍ଡ, ବଡହାଟ, ପୁରୁଣା ବସଷ୍ଟାଣ୍ଡ ଓ କେଶପୁର ବଜାର (ସାନ୍ତସାହି ପୋଲ ନିକଟ)ରେ ୫ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇ ପ୍ରତ୍ୟେକ ଫାଣ୍ଡି ଦାୟିତ୍ୱରେ ଜଣେ ଜଣେ ଡି.ଏସ.ପି.ଙ୍କୁ ଅବସ୍ଥାପିତ କରାଯାଇଛି । ଗଜଲକ୍ଷ୍ମୀ ପୂଜା ଅବସରରେ ପୋଲିସ ପକ୍ଷରୁ ସୁରକ୍ଷା ନିମନ୍ତେ କେନ୍ଦ୍ରାପଡା ସହରରେ ୩ଜଣ ଅତିରକ୍ତ ଆରକ୍ଷୀ ଅଧିକ୍ଷକ, ୭ଜଣ ଡିଏସପି, ୨୨ଜଣ ଇନିସପେକ୍ଟର, ୯୩ଜଣ ସବଇନିସପେକ୍ଟର ଓ ସହକାରୀ ସବଇନିସପେକ୍ଟର ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩୫ଜଣ ହାବିଲଦାର, ୨୫୦ କନେଷ୍ଟବଳ, ୩୫୦ ହୋମଗାର୍ଡ ଓ ୨୮ ପ୍ଲାଟୁନ (ରାପିଡ ଆକ୍ସନ ଫୋର୍ସଙ୍କ ସମେତ) ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । ଏତଦ ବ୍ୟତିତ ସିସିଟିଭି ସର୍ଭେଲାନ୍ସରେ ପୁରା ସହରକୁ ରଖାଯାଇ ସହରର ସୁରକ୍ଷା ଉପରେ ତୀକ୍ଷଣ ନଜର ରଖାଯାଇଥିବା ଏସପି ଶ୍ରୀ ଶେଖର ସୂଚନା ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଏସପି ଅମିତା ପଟ୍ଟନାୟକ, ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ, ଡିଏସପି କାର୍ତିକ ଚନ୍ଦ୍ର ମଲ୍ଲିକ, ଦିଲରଞ୍ଜନ ପଟ୍ଟନାୟକ, ସହକାରୀ ହୋମଗାର୍ଡ କମାଣ୍ଡାଂଟ ଏସ.ଏନ.ନାୟକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ,ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ,ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ,ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ,ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା,ପୂର୍ବରୁ ଏହି ଜିଲ୍ଲାରେ ଥିବା ଏବଂ ଗଜଲକ୍ଷ୍ମୀ ପୂଜା ଡୁ୍ୟଟି ପାଇଁ ଆସିଥିବା ଇନିସପେକ୍ଟର ବାରେଣୀ ଦାସ ଓ ବିରଂଚି ବାଗ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *