କେନ୍ଦ୍ରାପଡା ୧୩/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ମାସିକ ସହର ପରିକ୍ରମା ତଥା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ୬ଟାରେ ପୁରୁଣା ବସ ଷ୍ଟାଣ୍ଡଠାରୁ ସାଇକେଲ ରାଲି ବାହାରି ଶାନ୍ତସାହି, ସାନମଙ୍ଗଳା, ବଳଦେବଜୀଉ ମନ୍ଦିର,ସାନ ବାରଙ୍ଗ,ବ୍ଲକ ରୋଡ ପ୍ରଭୃତି ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଥିଲା । ଏଠାରେ ବାର୍ଦ୍ଧକ୍ୟରେ ସାଇକେଲ ଚାଳନା କରୁଥିବା ୮୨ବର୍ଷ ବୟସ୍କ କ୍ଷେତ୍ରବାସୀ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ “ଆରୋହୀ ସମ୍ମାନ”ପ୍ରଦାନ କରାଯାଇଥିଲା । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ଅତିଥିଭାବେ ଯୋଗଦେଇ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କ୍ଷେତ୍ରବାସୀଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ସାଇକେଲ କ୍ଲବର ଲୋଗୋ ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ମଳୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜଗନ୍ନାଥ ଧଳ ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ମାତୃଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜିବୀ ସାମ୍ବାଦିକ, ସାମଜସେବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର