Sunday , September 25 2022
Home / ବିଶେଷ / ଓଡ଼ିଶା ସମାଚାର ରେ ବାରମ୍ବାର ଖବର ପ୍ରସାରଣ ପରେ ବିପଦ୍ଜନକ ଅବସ୍ଥାରେ ଥିବା ପାଇକା ସାଇଫନ୍ ଲୁହା ଜାଲି ବଦଳିଲା

ଓଡ଼ିଶା ସମାଚାର ରେ ବାରମ୍ବାର ଖବର ପ୍ରସାରଣ ପରେ ବିପଦ୍ଜନକ ଅବସ୍ଥାରେ ଥିବା ପାଇକା ସାଇଫନ୍ ଲୁହା ଜାଲି ବଦଳିଲା

ଗରଦପୁର,୧୩/୧୦/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ମହାନଦୀ – ଚିତ୍ରୋତପଳା ଦ୍ୱୀପାଂଚଳ ଜଳସେଚନ ଯୋଜନା (ଏମସିଆଇଆଇ) ଯୋଜନାରେ ଏକ ବ୍ରିଜ କମ ସାଇଫନ୍ ନିର୍ମାଣ କରାଯାଇଛି । ଏହି ପାଇକା ସାଇଫନ୍ ଓ ସେତୁ ଗତ ୧୮ଅପ୍ରେଲ ୧୯୯୨ ରେ ଉଦଘାଟିତ ହୋଇଥିଲା । ବିଶ୍ୱବ୍ୟାଙ୍କ ର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିବା ଏହି ବ୍ରିଜ କମ ସାଇଫନ୍ ନିର୍ମାଣ ଏବେ ୨୬ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଏହି ସାଇଫନ୍ ଉପରେ ଥିବା ଲୁହା ଜାଲିଟି ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଥିଲା । ତଳେ କେନାଲ ର ପ୍ରଖର ସ୍ରୋତ, ଉପରେ ଭଙ୍ଗା ଜାଲି ।ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ଏହାର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ କୌଣସି ପଶୁ କିମ୍ବା ମଣିଷ ସେଥିରେ ପଡ଼ି ଜୀବନ ହାନୀ ହେବାର ଆଶଙ୍କା ଥିବାରୁ ଏହାର ଭଙ୍ଗା ଜାଲିରେ ସ୍ଥାନୀୟ ଲୋକେ ବାଉଁଶ ବତା ବାନ୍ଧି ଦେଇଥିଲେ । ବର୍ଷ ସାରା ସେଠାକୁ ବିଭାଗୀୟ ଯନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟ ଦେଖିବାକୁ ଆସନ୍ତି । ଆହୁରି ମଧ୍ୟ ଠିକ୍ ସେହି ସ୍ଥାନରେ ପାଟକୁରା ବିଧାୟକ ଏକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସେତେବେଳେ ସେହି ଶିଳାନ୍ୟାସ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀମାନେ ଆସିଥିଲେ ମଧ୍ୟ ସେଥିରେ କାହାରି ନଜର ପଡ଼ିଲା ନାହିଁ । ତେବେ କେନାଲରେ ପାଣିନଥିବାବେଳେ ଏ ସମ୍ପର୍କରେ ଗତ ଅପ୍ରେଲ ୬ ରେ ଓଡ଼ିଶା ସମାଚାର ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନେ ବିପଦଜନକ ଅବସ୍ଥାରେ ଥିବା ଏହି ଭଙ୍ଗା ଲୁହା ଜାଲିକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ ।

ନୂତନ ଜାଲି

କେନାଲ ରେ ପାଣି ଆସିବା ପରେ ଏହା ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଥିବାରୁ ପଶୁ କିମ୍ବା ମନୁଷ୍ୟ ଜୀବନ ହାନୀ ହେବାର ଆଶଙ୍କା କରି ଏଥିପ୍ରତି ଗୁରୁତ୍ୱ ଦିଆଯାଇ ପୁନର୍ବାର ଗତ ସେପ୍ଟେମ୍ବର ୧୩ରେ ଏ ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଏବେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ନିଦ ଭାଙ୍ଗିଛି । ରବିବାର ସକାଳୁ ବିପଦଜନକ ଅବସ୍ଥାରେ ଥିବା ଉକ୍ତ ଭଙ୍ଗା ଲୁହା ଜାଲିକୁ ସମ୍ପୂର୍ଣ୍ଣ କଢ଼ାଯାଇ ନୂତନ ଲୁହାଜାଲି ଲଗାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048