Thursday , September 28 2023
Home / ରାଜନୀତି / ସମାଜବାଦୀ ପାର୍ଟି ପକ୍ଷରୁ ଡଃ ରାମ ମନୋହର ଲୋହିଆଙ୍କ ୫୨ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ସମାଜବାଦୀ ପାର୍ଟି ପକ୍ଷରୁ ଡଃ ରାମ ମନୋହର ଲୋହିଆଙ୍କ ୫୨ତମ ଶ୍ରାଦ୍ଧବାର୍ଷିକୀ ପାଳିତ

 ଭୁବନେଶ୍ୱର,୧୨/୧୦/୨୦୧୯ ( ଓଡ଼ିଶା ସମାଚାର)- ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଚିନ୍ତକ, ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରବକ୍ତା ଡଃ ରାମ ମନୋହର ଲୋହିଆଙ୍କର ୫୨ତମ ଶ୍ରାଦ୍ଧ ବାର୍ଷିକୀ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଡଃ ଲୋହିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁର୍ନୀତି, ଭ୍ରଷ୍ଟାଚାର, ବେକାରୀ, ଦର ବୃଦ୍ଧି ଓ ଚାଷୀ ସମସ୍ୟାକୁ ନେଇ ଡଃ ଲୋହିଆ ଯେଉଁ ବେସାଲିସ୍ ସଂଗ୍ରାମ କରିଥିଲେ ଆଜି ମଧ୍ୟ ତାହା ଅଧୁରା ରହିଛି ବୋଲି ସଭାପତି ଶ୍ରୀ ବେହେରା ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ପାର୍ଟି’ର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ସଞ୍ଜୟ ନାୟକ, ହୃଷିକେଶ ଷଡ଼ଙ୍ଗୀ, ବୈରାଗୀ ମଲ୍ଲିକ ପ୍ରମୁଖ ଲୋହିଆଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *