Friday , October 22 2021
Breaking News
Home / ବିଶେଷ / ମାଉଂଟ୍ ଏଲବ୍ରସ୍ ଶିଖରରେ ଓଡ଼ିଆ ଝିଅ

ମାଉଂଟ୍ ଏଲବ୍ରସ୍ ଶିଖରରେ ଓଡ଼ିଆ ଝିଅ

ବରଗଡ଼, ୧୨/୧୦/୨୦୧୯ ( ଓଡ଼ିଶା ସମାଚାର)- ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଂଟ୍ ଏଲ୍ବ୍ରସକୁ ସଫଳତାର ସହ ଆରୋହଣ କରି ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ବରଗଡ଼ ଜିଲ୍ଳା ଭେଡେନ ବ୍ଲକ୍ ଡାଲବ ଗାଁର ଲିପିକା ସେଟ । ଲିପିକା ଗତ ମାସ ସେପ୍ଟେମ୍ବର ୨୮ ତାରିଖରୁ ମାଉଂଟ ଏଲବ୍ରସ ଅଭିଯାନ ଆରମ୍ଭ କରି ଚଳିତ ମାସ ୮ ତାରିଖରେ ନିଜ ଅଭିଯାନ ଶେଷ କରିଥିଲେ । ଏହି ଅଭିଯାନରେ ଲିପିକାଙ୍କ ସମେତ ବିଭିନ୍ନ ଦେଶରୁ ବହୁ ପର୍ବତାରୋହୀ ସାମିଲ ହୋଇଥିବା ବେଳେ ଲିପିକା ବେସ କ୍ୟାମ୍ପ ଏବଂ ଶରୀରର ପାରିପାର୍ଶ୍ୱିକ ପରିବେଶ ସହ ଖାପଖୁଆଇ ନିଜର ଅଭିଯାନ ଆରମ୍ଭ କରିଥିଲେ । ନିଜର ଦୃଢ଼ ମନୋବଳ ଓ ଦୁର୍ବାର ଇଚ୍ଛାଶକ୍ତି ବଳରେ ଆଜି ଭେଡ଼େନ ବ୍ଲକର ଏକ ଅଖ୍ୟାତ ପଲ୍ଲୀ ଡାଲବ୍ରୁ ଲିପିକା ରୁଷିଆର ଏଲବ୍ରସରେ ପର୍ବତରେ ଭାରତର ବିଜୟ ଧ୍ୱଜା ଉଡ଼ାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *