ଭୁବନେଶ୍ୱର,୧୨/୧୦/୨୦୧୯ ( ଓଡ଼ିଶା ସମାଚାର/ ସ୍ମୁତିଲିପି ସାହୁ )- ଆଧୁନିକ ଛାପ ରେ ଦିନକୁ ଦିନ ସଂକୃତି ଓ ପରିମ୍ପରା ପେଶି ଦଳିଚକଟି ହୋଇଯାଉଛି । ଏହାରି ଭିତରେ ଓଡିଶାର କୁଆଁରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପର୍ବ କୁମାର ପୂଣ୍ଣିମା ବି ବାସ୍ତବତା ହରାଇବାକୁ ବସିଲାଣି । କୁମାର ପୂର୍ଣ୍ଣିମା ରାତିରେ କୁଆଁରୀମାନେ ଜହ୍ନକୁ ଦେଖି କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଲବେଣୀ ଗୀତ ଗାଉଥିଲେ । ପୁନେଇ ରାତ୍ରୀ ରେ କୁଆଁରୀ ଝିଅମାନେ ଗାଁ ଚଉପାଢି ହେଉ ବା ତୁଲସୀ ଚଉରାମୂଳରେ ଗୀତ ବୋଲି ସାରା ଅଂଚଳ କମ୍ପାଇ ରାତି ବିତାଇ ଦେଉଥିଲେ । ଏବେ କିନ୍ତୁ ତାହା ଗାଁ ଗହଳୀରେ ଶୁଣିବାକୁ ମିଳୁନି କିମ୍ବା ଆଉ ଗ୍ରାମାଂଚଳରେ ଦେଖିବାକୁ ମିଳୁନି । । ଇଂଗ୍ରାଜୀ ମାଧ୍ୟମ ପାଠ ପଢା ଏତେ ପ୍ରଭାବ ପକାଇଛି ଯେ ପାଠରୁ ସମୟ ବାହାର କରି ବଉଳବେଣୀ ଗୀତ ବା ବାହୁନା ଗୀତ ଶିଖିବା ପାଇଁ କାହକୁ ତର ନାହିଁ । ଆଗରୁ ବିବାହ ସମୟରେ ନୂଆ ଭାଉଜ ମାନେ ନିଜ ଟ୍ରଙ୍କରେ ବାହୁନା ଗୀତର ଖାତା ବା ବହି ଆଣୁଥିଲେ । ଏବେ କିନ୍ତୁ ତାହା ବୁଡିବାକୁ ବସିଛି । ଆଧୁନିକତାର ଦ୍ୱାହି ଦେଇ ସଂସ୍କୃତିକୁ ମନେ ରଖିବା ବା ପାଳନକରିବାକୁ ସମେସ୍ତ ନାରାଜ । କୁମାର ପୁର୍ଣ୍ଣମୀ ରେ କାଇଁଚ ଡାଲା ରେ ଉଖୁଡା ନଡିଆ ଚଉରା ପାଖରେ ପୂଜା ହେଉଥିଲା । କାଇଁଚ ର ପ୍ରୋତ୍ସାହନ ଅଭାବ ରୁ କାରୀଗର ମାନେ ଏହି ଡାଲା ବୁଣୁନାହାନ୍ତି । ଖାଲି ପରମ୍ପରାକୁ ବଜାଇ ରଖିବାକୁ ନୂଆ ଡ୍ରେସ ପିନ୍ଧି ଦେଇ ଯେକୈାଣସି ଡାଲା ରେ ପୂଜା କରିଦେଲେ କାମ ସରିଲା । ଏହିଭଳି ଏକ ବ୍ୟତିକ୍ରମ ପାଇଁ ଆଜିର ଅବିଭାବକମାନେ ବି କେତେକାଂଶ ରେ ଦାୟୀ । ସେମାନେ ପିଲାମାନଙ୍କୁ ପାଠ ପଢାଇ ଟଙ୍କା ତିଆରି ମେସିନ ତିଆରି କରିବାରେ ବ୍ୟସ୍ତ । ହେଲେ ଏପଟରେ ସମାଜରୁ ପରମ୍ପରା ଓ ସଂସ୍କୃତି ଦିନେ ଲୋପ ପାଇବ ତାକୁ ନେଇ କାହାରି ମନରେ ବ୍ୟଗ୍ରତା ପ୍ରକାଶ ପାଉନାହିଁ । ତେବେଆମେ ଏବେ ଠାରୁ ସଜାଗ ନହେଲେ ଦିନ ଆସିବ ଆଧୁନକତା ଓ ପାଶ୍ଚତ୍ୟ ସଭ୍ୟତା ଆମ ପରମ୍ପରାକୁ ଅଗଭୀର ସମୁଦ୍ର ବୁଡାଇନଦେବ ତାହା କିଏ କହିବ । ଓଡ଼ିଶା ସମାଚାର