Sunday , October 17 2021
Breaking News
Home / ବିଶେଷ / ବନ୍ଦ ହେବନି ବିଏସଏନଏଲ୍ – ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ କେତେକ ପ୍ରତିଦ୍ୱନ୍ଦ୍ୱୀ ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକମାନଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର

ବନ୍ଦ ହେବନି ବିଏସଏନଏଲ୍ – ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ କେତେକ ପ୍ରତିଦ୍ୱନ୍ଦ୍ୱୀ ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକମାନଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୨/୧୦/୨୦୧୯ (ଓଡ଼ିଶା ସମାଚାର)- ବିଏସଏନଏଲ୍ ସେବା ବନ୍ଦ ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ନିରାଧାର । ଭାରତ ସରକାରଙ୍କ ଏପରି କିଛି ଆଭିମୁଖ୍ୟ ନାହିଁ ବୋଲି ବିଏସଏନଏଲ୍ ଓଡ଼ିଶା ଶାଖାର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଡ. ଉଦୟ ଶଙ୍କର ପଣ୍ଡା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବିଏସଏନଏଲ୍ ବନ୍ଦ ହେବା ସମ୍ପର୍କରେ ଖବର ପ୍ରକାଶ ପାଉଥିବା ଉପରେ ପ୍ରତିକ୍ରିୟା ଦେଇ ଡ. ପଣ୍ଡା ଏହି ସୂଚନା ଦେଇଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଛନ୍ତି ଯେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ କେତେକ ପ୍ରତିଦ୍ୱନ୍ଦ୍ୱୀ ବିଏସଏନଏଲ୍ ବିରୁଦ୍ଧରେ ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକମାନଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଗ୍ରାହକମାନେ ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନଦେବାକୁ ସେ ଅନୁରୋଧ କରିବା ସହ ବିଏସଏନଏଲ୍ ଏହାର ଗ୍ରାହକମାନଙ୍କୁ ସୁଲଭ ଦରରେ ସମସ୍ତ ପ୍ରକାର ଟେଲିକମ୍ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ମଧ୍ୟ ବିଏସଏନଏଲ୍ ଗ୍ରାହକ ମାନଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯାଉଥିବା ଦେଖାଯାଉଛି । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *