Thursday , October 6 2022
Breaking News
Home / ବିଶେଷ / ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡପ, ଜଣେ ଯୁବକ ଅଟକ

ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡପ, ଜଣେ ଯୁବକ ଅଟକ

ପାରାଦ୍ୱୀପ ୧୨/୧୦/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ମଧ୍ୟରେ ଥିବା ପିଆଇସିଟି କମ୍ପାନୀରେ ନିଯୁକ୍ତି ଦେବା ନାଁରେ  ଠକି ଅର୍ଥ ରୋଜଗାର କରୁଥିôବା ଜଣେ ଯୁବକକୁ ଅଟକ ରଖିଛି ପାରାଦ୍ୱୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ । ସୂଚନା ମୁତାବକ କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡିକୀପୁର ପଂଚାୟତର ବାଗଲପୁର ଗାଁର ବିଶ୍ୱରଞ୍ଜନ ମହାପାତ୍ର, ପ୍ରାୟ ତିନିମାସ ହେବ ଚାକିରୀ କରାଇ ଦେବା ନାଁ କହି ସ୍ଥାନୀୟ ଅଂଚଳର ୬୦ରୁ ଉଦ୍ଧ୍ୱର୍ ଯୁବକଙ୍କୁ ଠକି ଚାଲିଥିବା ଅଭିଯୋଗ ହୋଇଛି । ପାରାଦ୍ୱୀପ ବନ୍ଦର ୫ନଂ ଗେଟ୍ ପରିସରରେ ଥିବା (ପିଆଇସିଟି) ପାରାଦ୍ୱୀପ  ଇଂଟର ନ୍ୟାସନାଲ କାର୍ଗୋ ଟର୍ମିନାଲରେ ନିଯୁକ୍ତି ଦେବା ନାଁରେ  ପ୍ରାୟ ପ୍ରତ୍ୟେକ ପିଲାଙ୍କ ଠାରୁ ଜଣ ପିଛା ୧୫ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଉଥିଲା । ଏମିତିକି ସେମାନଙ୍କୁ ସୁରକ୍ଷା ଜୋତା, ହେଲମେଟ୍, ପ୍ରତ୍ୟେକ ଦିନ କାର୍ଯ୍ୟରେ ଯୋଗ ଦେଉଥିବା ସ୍ଳିପ୍ ସହିତ ପିଆଇସିଟି କମ୍ପାନୀର ଡିଜିଏମ୍ ଏବଂ ଏଚଆରଙ୍କ ଷ୍ଟାମ୍ପ୍ ଓ ଦସ୍ତଖତ ଥିବା ଦରମା ସ୍ଳିପ୍  ମଧ୍ୟ ଦେଇ ଯୁବକ ମାନଙ୍କୁ ଠକି ଚାଲିଥିଲା । ହେଲେ ଠକାମୀର ଶିକାର ହୋଇଥିବା ଯୁବକ ମାନେ ୩ମାସ ହେବ କାର୍ଯ୍ୟରେ ଯୋଗ ନଦେଇ ନିରାଶ ହେବା ପରେ ବାଧ୍ୟ ହୋଇ ଠକ ବିଶ୍ୱରଞ୍ଜନ କୁ ପୋଲିସର ଜିମା ଦେଇଛନ୍ତି । ତେବେ ୩ମାସ ହେବ ନିଯୁକ୍ତି ଦେଇଥିବା ବାହାନା କରି ପିଲାମାନଙ୍କୁ ଠକି ଚାଲିଥିଲା ବେଳେ ପିଆଇସିଟି କମ୍ପାନୀ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ  ଠକ ବିଶ୍ୱରଞ୍ଜନ ଉପରେ ସନ୍ଦେହ ହେବାରୁ ଠକାମୀର ଶିକାର ହୋଇଥିବା ସମସ୍ତ ଯୁବକ ମାନେ ଏକତ୍ରିତ ହୋଇ ବିଶ୍ୱରଞ୍ଜନ କୁ କାବୁ କରିବା ପରେ  ସମସ୍ତେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ବିଶ୍ୱରଞ୍ଜନ ଦୀର୍ଘଦିନ ହେବ ଏହିଭଳି ଠକି ଅର୍ଥ ରୋଜଗାର କରୁଥିବା ନିଜେ ସ୍ୱିକାର କରିଥିôବା ବେଳେ ପିଆଇସିଟି କମ୍ପାନୀ ଅଧିକାରୀ  ସେଭଳି କିଛି ନିଯୁକ୍ତି ଦିଆ ହୋଇନଥିବା କଥା କହିବା ସହ ଏଭଳି ଠକୁଥିବା ବ୍ୟକ୍ତି ମାନଙ୍କ ଠାରୁ ସତର୍କ ରହିବା ପାଇଁ  ପରାମର୍ଶ ଦେବା ସହ କମ୍ପାନୀ ଏଥିନେଇ ପୋଲିସର ଆଶ୍ରୟ ନେବେ ବୋଲି କହିଛନ୍ତି । ପାରାଦ୍ୱୀପ ରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଛୋଟ ବଡ କମ୍ପାନୀ ମାନଙ୍କରେ ଚାକିରୀ କରାଇ ଦେବା ନାଁରେ  ବେକାର ଯୁବକ ଓ ଯୁବତୀ ମାନେ ଠକାମୀର ଶିକାର ହୋଇଥାନ୍ତି, ତେବେ ଏହା ଉପରେ ନିଜେ ସଚେତନ ହେବା ସହ ପ୍ରଶାସନ ଦୃଷ୍ଟି ଦେବା ଦରକାର । ଓଡ଼ିଶା ସମାଚାର

Leave a Reply

Your email address will not be published.