Sunday , October 1 2023
Home / ତାଜା ଖବର / ଡାହାଳପୁର ଗ୍ରାମରେ ପ୍ରେମ ବେପାରକୁ ନେଇ ଗଣ୍ଡଗୋଳ , ଜଣେ ଆହାତ , ଥାନାରେ ୨ ଟି ମାମଲା ରୁଜୁ

ଡାହାଳପୁର ଗ୍ରାମରେ ପ୍ରେମ ବେପାରକୁ ନେଇ ଗଣ୍ଡଗୋଳ , ଜଣେ ଆହାତ , ଥାନାରେ ୨ ଟି ମାମଲା ରୁଜୁ

ପାଟକୁରା, ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଡାହାଳପୁର ଗ୍ରାମରେ ପ୍ରେମ ବେପାରକୁ ନେଇ ଉପୁଜିଥିବା ଗଣ୍ଡଗୋଳରେ ଜଣେ ଆହାତ ହେଇଛି । ଓ ପାଟକୁରା ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହେଇଛି । ଆହାତ ଯୁବକ ଶୁକୁଟା ବେହେରା ପ୍ରଥମେ ପାଟକୁରା ଓ ପରେ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିସôାପାଇଁ ଭର୍ତିହେଇଛି । ଆହାତ ଶୁକୁଟା ବେହେରା ର ଭାଇ ଗୋତ୍ରବିଲ ଗ୍ରାମର ରଂଜନ ବେହେରା ଥାନାରେ ଦେଇଥିବା ଏତଲା ଅନୁଯାଇ ଜଣାଇଛନ୍ତି ଯେ ଡାହାଳପୁର ଗ୍ରାମରୁ ତାର ଭଉଣୀ ଘରୁ ଫେରିବା ସମୟରେ ତାକୁ ବାଟରେ ଅଟକାଇ ସୁବ୍ରତ ମହାଳୀ ଓ ଅନ୍ୟାମାନେ ମାଡମାରିବା ସହିତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଗଭୀର ଆଘାତ ଯୋଗୁ ଏବେ ତାଙ୍କ ଭାଇ ଶୁକୁଟା କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିସôାପାଇଁ ଭର୍ତିହେଇଛନ୍ତି । ଏହାପରେ ଡାହାଳପୁର ଗ୍ରାମର ସୁବ୍ରତ ମହାଳୀ ଙ୍କ ସ୍ତ୍ରୀ କବିତା ମହାଳୀ ଥାନାରେ ଏକ ପାଲଟା ଅଭିଯୋଗ ଦର୍ଶାଇଛନ୍ତି ଯେ ମୋତେ ଓ ମୋ ସ୍ୱମୀ କୁ ଶୁକୁଟା ବେହେରା ଘର ନିକଟକୁ ଆସି ଅଶ୍ଳୀଳ ଭାଷରେ ଗାଳି ଗୁଲଜ କରି ସ୍ୱାମୀକୁ ମାରିବାକୁ ଆସିଲା ଓ ମତେ ଟଣାଓଟରା କରିବାରୁ ମୋ ସ୍ୱାମୀ ବିରୋଧ କରିବାରୁ ଶୁକୁଟା ଗାଡିଚଢି ଯିବାସମୟରେ ଘରପାଖ ଏକ ବାଙ୍କରେ ପଡି ଖଣ୍ଡିଆ ଖାବରା ହେଇଯାଇଛି । ଓ ଘରପାଖ ଲୋକମାନେ ତାକୁ ଉଠାଇ ମେଡିକାଲରେ ଭର୍ତିକରିଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ପୃଥକ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଛି ଓ ଆସନ୍ତାକାଲି ଉଭୟ କେଶର ସପୃକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯିବ ବୋଲି ପୋଲିସ ପ୍ରକଶ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *