ସାଲେପୁର , ୧୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ପତଞ୍ଜଳି ବାୟୋ ରିସର୍ଚ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ରାଜ୍ୟ ସ୍ତରୀୟ ଜୈବିକ କୃଷି ଓ ସମନ୍ୱିତ ପ୍ରଶିକ୍ଷଣ ଶିବିର ସାଲେପୁର ଠାରେ ଅନୁଷ୍ଠିତ ହୋଇଛି । ସାଲେପୁର ସହରର ମଧ୍ୟସ୍ଥଳରେ ଥିବା ବିଜୟ ହୋଟେଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୪ଦିନିଆ ଶିବିରର ଉଦଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ପତଞ୍ଜଳି ଯୋଗପୀଠ ହରିଦ୍ୱାରର ସ୍ୱାମୀ ଓମ୍ ଦେବଜୀ ମହାରାଜ ଯୋଗଦେଇ ଜୈବିକ କୃଷିର ଉପକାରୀତା ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ପ୍ରଭାରୀ ସ୍ୱୟଂପ୍ରକାଶ ଦ୍ୟୋତକ ରଂଜନ ମହାପାତ୍ର ତାଙ୍କ ବକ୍ତବ୍ୟରେ କୃଷି ପାଇଁ ଜୈବିକ ସାରର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ମୋହନ ଶର୍ମା , ଆଂଚଳିକ ମୁଖ୍ୟ ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଯୋଗଦେଇଥିବା ବେଳେ ରାଜ୍ୟ ଆଂଚଳିକ ପ୍ରବନ୍ଧକ ଜୟଦେବ ପଣ୍ଡା ସଭାପତିତ୍ୱ କରିଥିଲେ । ପୂର୍ବରୁ ଜୈବିକ କୃଷିରେ ଉତିର୍ଣ୍ଣ ହୋଇଥିବା ପ୍ରଶିକ୍ଷକମାନଙ୍କୁ ଏହି ଶିବିରରେ ସମନ୍ୱିତ କୃଷି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ୪ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଯୋଗ ସମିତିର ଜିଲ୍ଲା ଟ୍ରେଜେରର ଶିଶିର କୁମାର ଜେନା ପ୍ରକାଶ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଲଳିତ ମୋହନ ପୂଜାରୀ, ଖଗେଶ୍ୱର ସାହୁ, ଯୁବରାଜ ସାହୁ, ରିତୁରାଜ ପ୍ରଧାନ, ରବିନାରାୟଣ ନନ୍ଦ, ବିଶ୍ୱଜିତ୍ ପାଣିଗ୍ରାହୀ, ପ୍ରମୋଦ ପତିଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରଶିକ୍ଷଣ ପାଇଁ ଆସିଥିବା ବ୍ୟକ୍ତିମାନଙ୍କୁ ଅଭିଜ୍ଞ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବୈଷୟିକ ଶିକ୍ଷା ସହକାରୀ ପ୍ରସନ୍ନ କୁମାର ଦାଶ ଓ ପ୍ରଶିକ୍ଷକ ରଂଜନ ଦାଶ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର