ଗରଦପୁର ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ଏକ ଚେନ୍ ଲୁଟ୍ କରି ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ପାଟକୁରା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ପ୍ରମୋଦ ସାହୁଙ୍କ ପତ୍ନୀ ଗତ ୬ ତାରିଖ ରାତ୍ରୀ ପ୍ରାୟ୨ଟା ବେଳେ, ଘର ଠାରୁ ଅଳ୍ପ ଦୂରରେ ଥିବା ଲାଟିନ୍ କୁ ଯିବା ପାଇଁ ବାହାରକୁ ଉଠିଥିବାବେଳେ,ସେହି ସମୟରେ ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ ପ୍ରମୋଦଙ୍କ ପତ୍ନୀଙ୍କ ବେକରୁ ଏକ ସୁନା ଚେନ୍ ଲୁଟି ନେଇ ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହେବା ପରେ ଥାନାରେ ଏକ ଚୋରୀ ମାମଲା ରୁଜୁ କରାଯାଇଥିଲା । ମାତ୍ର ଆଜି ସମ୍ପୃକ୍ତ ଅଭିଯୁକ୍ତ କୋରୁଆ ବଜାରରେ ବୁଲୁଥିବାର ଖବର ପାଇ କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ୍ ଜାମସେଦ ଅଭିଯୁକ୍ତିଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ତିର୍ତୋଲ ଥାନା ଅନ୍ତର୍ଗତ ଦଶମାଣକୂଳ ଗ୍ରାମର ଏମ୍.ଏସ୍.ମିଲନ୍ (୨୪) । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଲୁଟ୍ ହୋଇଥିବା ଚେନ୍ କୁ ଲୁଚାଇ ରଖିଥିବା ନିକଟସ୍ଥ ହରିପୁର ଗ୍ରାମର ମହାଦେବଙ୍କ ମନ୍ଦିରରେ ଥିବା ରୋଷଶାଳାର ପାଉଁଶ ଗଦା ମଧ୍ୟରୁ ପୁଲିସ ଉଦ୍ଧାର କରିଥିବା ଫାଣ୍ଡି ଅଧିକାରୀ ମହମ୍ମଦ୍ ଜାମସେଦ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର